ଅର୍ଥମନ୍ତ୍ରୀଙ୍କ ସହ ତାଙ୍କର ବୈଠକ ସମ୍ପର୍କରେ ସୂଚନା ଦେଇ ଅପରାଜିତା କହିଛନ୍ତି ଯେ, ସେ ଓଡିଶା ଇପିଏଫ୍ ପେନ୍ସନ୍ ଆସୋସିଏସନ୍, ବ୍ୟାଙ୍କ ଅବସରପ୍ରାପ୍ତ ଫେଡେରେସନ୍ ଏବଂ 1.1.2006 ପୂର୍ବରୁ ଅବସର ନେଇଥିବା ପୂର୍ବତନ ଅଧିକାରୀ ଏବଂ ପରେ SBI / PSB ରେ ପୁନଃ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ଅଭିଯୋଗ ବିଷୟରେ ଆଲୋଚନା କରିଛନ୍ତି।
ଭୁବନେଶ୍ୱର ସାଂସଦ ଆହୁରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ସୀତାରମଣ ତାଙ୍କୁ ସମସ୍ତ ସମର୍ଥନ କରିବାକୁ ନିଶ୍ଚିତ କରିଛନ୍ତି। ଏ ନେଇ ସେ ଟ୍ଵିଟ କରିଛନ୍ତି।