୧- ଜୋର ଧରିଲା ମମତାଙ୍କ ଇସ୍ତଫା ଦାବି । କୋଲକାତାରେ ମମତା ବାନାର୍ଜୀଙ୍କ ବିରୋଧରେ ମହାବିକ୍ଷୋଭ । ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ।
କଟକ: ହଜାର ବର୍ଷ ର ସହର କଟକ । ଏଠାକାର ବିଧି ଓ ପରଂମ୍ପରା ମଧ୍ୟ ବହୁ ପୁରୁଣା । ପୁରୁଣା ସହର କଟକର ଦଶହରା ବି ସମ୍ପୂର୍ଣ୍ଣ ନିଆରା । ଶହ ଶହ ବର୍ଷ ଧରି ପରଂମ୍ପରା ମୁତାବକ ମା ଦୁର୍ଗାଙ୍କ ମୃମୟୀ ମୃର୍ତ୍ତି ଏକା ଶୈଳୀରେ ସ୍ଥାପନା ହୋଇ ପୂଜା ହୋଇ ଆସୁଛନ୍ତି ମାଦୁର୍ଗା । 500 ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହେବ ବାଲୁ ବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ବିଶେଷ ରୀତିନୀତି ଓ ବଙ୍ଗୀୟ ପରମ୍ପରା ଅନୁସାରେ କଟକ ରେ ପୂଜା ପାଇ ଆସୁଛନ୍ତି । ହେଲେ ପୂଜା ରୀତିନୀତି ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଶହ ଶହ ବର୍ଷ ଧରି ସେହି ଏକା ଶୈଳୀରେ ସ୍ଥାପିତ କରାଯାଇ ପୂଜା ପାଇ ଆସୁଛନ୍ତି ମା ଦୁର୍ଗା । ଆଉ ଏ ହେଉଛି ବାଲୁବଜାରର ବିନୋଦ ବିହାରୀ ପିଠ ।
କଟକରେ ଦଶହରା ପୂଜାର ମୂଳଦୁଆ ପଡିଥିଲା ଏଠାରେ । ୧୫୦୯ ମସିହାରେ ଏକ ଚାଳ ଛପର ଘରେ ଶ୍ରୀ ଚୈତନ୍ୟ ଆସି ପବିତ୍ର ଗଡ଼ ଗଡ଼ିଆଘାଟ ରୁ ଜଳ ଆଣି ଘଟପୂଜା ପରେ ୧୫୧୪ ମସିହାରେ ମୃମୟୀ ମୃର୍ତ୍ତୀରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ । ଦୀର୍ଘ ୫୦୭ ବର୍ଷ ଧରି ପୂଜା ଆୟୋଜନ ହୋଇ ଆସୁଥିବା ଏହି ପୂଜା ମଣ୍ଡପ ଅନେକ ବିପତ୍ତିର ସମ୍ମାନ କରିବାକୁ ପଡିଛି । ପୂଜା ମଣ୍ଡପର ତଥ୍ୟ ଅନୁସାରେ ୧୮୧୭-୧୮ ମସିହାରେ ବିରାଟ ବଡ ଫ୍ଲ୍ୟୁ ରୋଗ ପରେ ୧୮୬୫-୬୬ ବେଳକୁ ନଅ ଅଙ୍କ ଦୁର୍ଭିକ୍ଷର ସାମ୍ମନା କରିଥିଲା । ତା ପରେ ବେ ପୂଜା ବିଧି କି ରୀତିନୀତି ରେ ହୋଇ ନାହିଁ କିଛି ପରିବର୍ତ୍ତନ । ବାଲୁବଜ଼ାର ବିନୋଦ ବିହାର ଦୁର୍ଗା ଙ୍କୁ ବଡ଼ ଭଉଣୀ ଭାବେ ମାନୁଥିବା ବେଳେ ଚାନ୍ଦିନୀ ଚୌକ ଦୁର୍ଗା ମା ଙ୍କୁ ସାନ ଭଉଣି ବୋଲି ସମସ୍ତେ ଜାଣନ୍ତି।
ସବୁଠାରୁ ବଡ଼ କଥା ହେଉଛି ଏହି ମଣ୍ଡପରେ ବିଶେଶ୍ୱତ ହେଉଛି ମା ଙ୍କ ମୂର୍ତ୍ତି କୁ କୌଣସି କୁମ୍ଭାର ଗଢି ନଥାନ୍ତି । ସେହି ମଣ୍ଡପ ର ପୂଜକ ହିଁ ମୂର୍ତ୍ତି ଗଢିଥାନ୍ତି ଏବଂ ନିଜେ ମା ଙ୍କ ପୂଜା କରିଥାନ୍ତି । ମୂର୍ତ୍ତି ରେ କୌଣସି ରାସାୟନିକ ରଙ୍ଗ ବେବହାର କରାଯାଏନି ହଳିଦି ଚାଉଳ ଚୁନା , ତେନ୍ତୁଳି ଏବଂ ପତ୍ର ଗୁଣ୍ଡ ରଙ୍ଗ ବେବହାର କରି ମାଙ୍କ ମୂର୍ତ୍ତି ପ୍ରସ୍ତୁତ କରାଯାଏ। ପୂଜା ରିତି ନୀତି ଅନୁସାରେ ଷଷ୍ଠୀ ରେ ବେଲ୍ଵ ବରଣୀ ସପ୍ତମୀ ରେ ନବପତ୍ରିକା ପୂଜା ସହ ଚକ୍ଷୁ ଦାନ କରାଯାଇ ପୂଜା ଆରମ୍ବ ହୋଇଥାଏ ।ଅଷ୍ଟମୀ ରେ ହଜାର ହଜାର ସଂଖ୍ୟାରେ ସଧବା ମହିଳା ମାନେ ଆସି ବ୍ରତ ପୂଜା କରିଥାନ୍ତି । ବିଜୟା ଦଶମୀ ରେ ମା ଙ୍କ ପାଖରେ ସାଧାବା ମହିଳା ମାନେ ସିନ୍ଦୁର ଖେଳି ବା ସହ ଦହି ପଖାଳ ଭୋଗ କରାଯାଇ ଭକ୍ତ ଙ୍କୁ ବଣ୍ଟା ଯାଇଥାଏ। ପୂଜା କୁ ହାତରେ ମାତ୍ର ଆଉ କମ ସମୟ ଥିବାରୁ ମାଙ୍କ ମୁରଣ୍ମୟ ମୂର୍ତ୍ତି ଏକ ମାଟିଆ ପରେ।ଦୋ ମାଟିଆ ସରିଛି ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ଖଡ଼ି ଲଗା ଅମାବାସ୍ୟା ଦିନ ମା ଙ୍କ ମୂର୍ତ୍ତି ରେ ଖଡ଼ି ଲାଗି କରି ରଙ୍ଗ ଦିଆଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟରୋ: ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜିଟାଲ୍ ପ୍ଲଟଫର୍ମରେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କରୁଛନ୍ତି ରାମଜିତ୍ । ସେ ଏମିତି ଏକ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷା ସହ ଜଡ଼ିତ ସାହିତ୍ୟକୁ ପଢାଯାଇ ପାରୁଛି ଏବଂ ସାନ୍ତାଳୀ ଭାଷାରେ ମଧ୍ୟ ଲେଖା ଯାଇପାରୁଛି । ସାନ୍ତାଳି ଭାଷାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରାମଜିତ୍ । ସେ `ଅଲ୍ଚିକି'କୁ ଲେଖିବାର କୌଶଳ ବାହାର କରିଛନ୍ତି । ଏନେଇ ଏକ ଅଭିଯାନ ଚଳାଇଛନ୍ତି । ମାତୃଭାଷା ପାଇଁ ଛୋଟ ପ୍ରୟାସକୁ ପିଏମ୍ ପ୍ରଶଂସା କରିଥିବାରୁ ଖୁସିବ୍ୟକ୍ତ ସହ ଗର୍ବିତ ଅନୁଭବ କରୁଥିବା କହିଛନ୍ତି ରାମଜିତ୍ ଟୁଡୁ ।
ମନ୍ କି ବାତ୍ କାର୍ଯ୍ୟକ୍ରମକୁ 10 ବର୍ଷ ପୁରିଛି । ଆଜି ୧୧୪ତମ ସଂସ୍କରଣରେ ଭାବପ୍ରବଣ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଯାତ୍ରା ଅବିସ୍ମରଣୀୟ । ଏହାକୁ କେବେ ଭୁଲି ହେବ ନାହିଁ ।ସେହିପରି ଦେଶବ୍ୟାପୀ ଚାଲିଥିବା ସ୍ବଚ୍ଛତା ଅଭିଯାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମୋଦି । କହିଛନ୍ତି, ସ୍ବଚ୍ଛତା ଦିନକର କାମ ନୁହଁ । ଏହା ବର୍ଷ ବର୍ଷ ଧରି ନିରନ୍ତର ପ୍ରକ୍ରିୟା । ସ୍ବଚ୍ଛତା ଏବେ ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଅକ୍ଟୋବର ୨ରେ ସ୍ବଚ୍ଛ ଭାରତ ଅଭିଯାନକୁ ୧୦ ବର୍ଷ ପୁରୁଛି । ଏହି ଅଭିଯାନରେ ସାମିଲ୍ ହେବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପିଏମ୍ ।
ମନ୍ କି ବାତ୍' ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଯାଜପୁରରୁ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଏଆଇସି ନାଳନ୍ଦାର ଇନୋଭେଟ ଓଡ଼ିଶା- ୨.୦ରେ ସାମିଲ୍ ହୋଇ ମନ୍ କି ବାତ୍ ଶୁଣିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...