
ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା ବାବା ଆଖଣ୍ଡଳମଣିଙ୍କ ଭଣ୍ଡାରଘର । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ମନ୍ଦିରରେ । ଅଗ୍ନିକାଣ୍ଡରେ ଠାକୁରଙ୍କର ସମସ୍ତ ଅଳଙ୍କାର, ଆସବାବପତ୍ର, ବାସନ ସହ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ସୂଚନାନୁସାରେ, ସେବାୟତମାନେ ଠାକୁରଙ୍କର ସମସ୍ତ ନୀତିକାନ୍ତି ସାରି ପହୁଡ଼ ଦେଇ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଭଣ୍ଡାରଘରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଥିବା ଦୁଇ ଜଣ ସିକ୍ୟୁରିଟି ଦେଖିବାକୁ ପାଇଥିଲେ । ପରେ ଏହି ଖବର ମନ୍ଦିର ପରିଚାଳକଙ୍କୁ ଜଣାଯିବା ସହ ନିଆଁକୁ ଆୟତ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା । କିନ୍ତୁ ନିଆଁର ପ୍ରକୋପ ଏପରି ଥିଲା ଯେ ସବୁ ପୋଡି ପାଉଁଶ ହୋଇଯାଇଥିଲା । ପରେ ଖବର ପାଇ ଧାମନଗରରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
