ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବରୁ ଯେଉଁ ଖବର ବାହାର କରିଥିଲେ ତାହା ୨୦୦% ଶତ
ଅଗ୍ନିକାଣ୍ଡରେ ୨ପରିବାରର ୩ବଖରା ଘର ଭସ୍ମିଭୂତ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁର ପଂଚାୟତ ସମିଆଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ୨ପରିବାରର ୩ବଖରା ଘର ଜଳିଯାଇଛି । ଆଜି ମଧ୍ୟାହ୍ନରେ ସେକ ନାସିରୁଦିନ ଓ ସେକ ନିଜାମୁଦିନଙ୍କ ପରିବାର ଚାଷ କାମ ପାଇଁ ବିଲକୁ ଯାଇଥିବାବେଳେ ହଠାତ ଘରେ ନିଆଁ ଲାଗିଯାଇଥିବା ଗାଁ ଲୋକ କହିଥିଲେ । ପରେ ଗାଁ ଲୋକ ପହଂଚି ମିଳିତ ଭାବେ ନିଆକୁ ଆୟତ୍ତ କରିଥିଲେ । ଘରେ ପହଂଚିବାବେଳକୁ ନିଆଁ ପଡି ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହେଇଯାଇଥିଲା। ହେଲେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ । ତେବେ ତୁରନ୍ତ ଏହି ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
Download Argus News App
