ଏସଜି ବଲରେ ଆଇପିଏଲ ଖେଳିଥିବା ଭାରତୀୟ ଟିମକୁ ଡ୍ୟୁକ ବଲରେ ଅସୁବିଧା ନ ହେବା ପାଇଁ ଫାଇନାଲ ପୂର୍ବରୁ ସମସ୍ତ ଖେଳାଳି ଏହି ବଲରେ ଅଭ୍ୟାସ ଆରମ୍ଭ କରିଛନ୍ତି।
ତେବେ ଏହି ଏସଜି ବଲ ଓ ଡ୍ୟୁକ ବଲ କଣ। ଫ୍ୟାନମାନେ ନିଶ୍ଚିତ କନଫ୍ୟୁଜ ହେଉଥିବେ। ବିଶ୍ବ କ୍ରିକେଟରେ ବର୍ତ୍ତମାନ ସମୟରେ ୩ ପ୍ରକାର ବଲ ବ୍ୟବହାର କରାଯାଉଛି। ଏଥିମଧ୍ୟରେ ରହିଛି କୁକାବରା, ଡ୍ୟୁକ ଓ ଏସଜି ବଲ। ଏହି ୩ ପ୍ରକାର ବଲ ବର୍ତ୍ତମାନ ବିଭିନ୍ନ ଦେଶର ଖେଳାଳିମାନେ ଖେଳୁଛନ୍ତି।
ଅଧିକ ଖବର ପଢ଼ନ୍ତୁ: ବିବାହ ବନ୍ଧନରେ ବାନ୍ଧିହେଲେ ସିଏସକେ ବ୍ୟାଟର ଋତୁରାଜ ଗାଏକ୍ବାଡ
ବିଶେଷ କରି ଟେଷ୍ଟ ମ୍ୟାଚ ଖେଳୁଥିବା ଦେଶ ସବୁଠାରୁ ଅଧିକ କୁକାବୁରା ବଲ ବ୍ୟବହାର କରିଥାନ୍ତି। ଏହି ବଲରେ ୮ଟି ଦେଶ କ୍ରିକେଟ ଖେଳିଥାନ୍ତି। କୁକାବୁରା ବଲ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ପାକିସ୍ତାନ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ବାଂଲାଦେଶ, ଜିମ୍ବାଓ୍ବେ ଏବଂ ଆଫଗାନିସ୍ତାନ ଆଦି ଦେଶରେ ବ୍ୟବହାର ହୋଇଥାଏ। ସେହିପରି ଡ୍ୟୁକ ବଲରେ ଇଂଲଣ୍ଡ ଆର୍ୟଲ୍ୟାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଖେଳ ହୋଇଥାଏ। ଭାରତ କେବଳ ଏକମାତ୍ର ଦେଶ ଏସଜି ବଲ ବ୍ୟବହାର କରିଥାଏ।
ତେବେ ଆଇସିସି ସ୍ପଷ୍ଟ କରିଛି ଯେ, ବଲର ବ୍ୟବହାରକୁ ନେି କୌଣସି ନିୟମ ହୋଇନି। ଯେଉଁଠାରେ ମ୍ୟାଚ କିମ୍ବା ସିରିଜ ହୋାଇଥାଏ। ସହି ଦେଶ ହିସାବରେ ବଲର ବ୍ୟବହାର କରାଯାଇଥାଏ। କିଛି ଦେଶ ସବୁ ସିରିଜରେ ଅଲଗା ଅଲଗା ବଲ ମଧ୍ୟ ବ୍ୟବହାର କରିପାରିବେ।