ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ...
ଭଦ୍ରକ: ଚାନ୍ଦବାଲି ଥାନା ପଳାସପୁର ବଳସାହିରେ ଭୟାବହ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗି ସୁଦର୍ଶନ ପଢ଼ିଆରୀ ନାମକ ଜଣେ ବ୍ୟକ୍ତିଙ୍କର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।
ନିଆଁ ଲିଭାଇବାକୁ ଗ୍ରାମବାସୀ ମାନେ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ କରି ପାରିନଥିଲେ । ଫଳରେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଧାନ, ଚାଉଳ ପୋଡି ପାଉଁଶ ହୋଇଯାଇଛି । ସେପଟେ ଦମକଳ ବାହିନୀ ଠିକ ସମୟରେ ଘଟଣାସ୍ଥଳରେ ପହଁଚିପାରିନଥିଲେ । ଫଳରେ ନିଆଁ ବ୍ୟାପି ଯାଇଥିଲା ।