ROK THOK: ପୋଷା ଶୁଆଙ୍କ ଘୋଷା କଥା
ନବରଙ୍ଗପୁର: 18 ଘଣ୍ଟାର ପରିଶ୍ରମ ପରେ ମଧ୍ୟ ଆୟତ୍ତ ହୋଇପାରୁନି ନିଆଁ । ଗତକାଲି ଅପରାହ୍ନରେ ନବରଙ୍ଗପୁରରେ ଥିବା ପାରସ ନାଥ ନାମକ ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା । ଖବର ପାଇ 6 ଟି ଅଗ୍ନିଶମ ବାହିନୀର ଗାଡି ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡିଥିଲେ । କିନ୍ତୁ ନିଆଁର ଭୟାବହତା ଏତେ ପ୍ରବଳ ଥିଲା ଯେ, ନିଆଁକୁ ସହଜରେ ଆୟତ୍ତକୁ ଆସିପାରିନଥିଲା ।
ସହର ମଧ୍ୟ ଭାଗରେ ଏହି ଦୋକାନଟି ରହି ଥିବାରୁ ନବରଙ୍ଗପୁର ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲେ । ଦୀର୍ଘ 11 ଘଣ୍ଟାର ପରିଶ୍ରମ ପରେ ନିଆଁ କିଛି ମାତ୍ରାରେ ଆୟତ୍ତକୁ ଆସିଥିଲା ।
କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୋକାନର କିଛି ସ୍ଥାନରେ ନିଆଁ ଜଳୁଥିବାର ଦେଖାଯାଇଛି । ଦମକଳ ବାହିନୀ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି ।