Argus Update News 1pm
ନୟାଗଡ: ବେସାହାରା ଅଗ୍ନିବିପନ୍ନ ପରିବାର । ନୟାଗଡ଼ ଜିଲ୍ଲା ଦଶପଲ୍ଲା ମେଘମାଳ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗତ ୨o ତାରିଖରେ ହୋଇଥିବା ଭୟବାହ ଅଗ୍ନିକାଣ୍ଡ ଯୋଗୁଁ ଗାଁର ୭ଟି ପରିବାରର ୧୨ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା ।
ଗତ ୧o ଦିନ ଧରି ଖୋଲାଆକାଶ ତଳେ ଭୋକ ଉପାସରେ ଦିନ କାଟୁଛନ୍ତି ଗାଁର ଏହି ୭ଟି ଅଗ୍ନିବିପର୍ଣ୍ଣ ପରିବାର । କେବଳ ଜରିପାଲ ଦେଇ ପ୍ରଶାସନ ଏମାନଙ୍କୁ ସମ୍ପୂର୍ଣ ଭୁଲି ଯାଇଥିବା ଅଭିଯୋଗ ହୋଇଛି । ଏଯାବତ କୌଣସି ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉନଥିବାରୁ ଏହି ଅଗ୍ନିବିପନ୍ନ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି ।