କୋରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ....
ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ବଡବନସ୍ତା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 3 ବଖରା ଘର ଭସ୍ମୀଭୂତ । ଘରର ଆସଵାଵପତ୍ର ସହ ଅନେକ ଖାଦ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ।
ଗୌରାଙ୍ଗ ସେଠୀଙ୍କ 3 ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଭଣ୍ଡାରିପୋଖରୀ ଦମକଳ ଵାହିନୀ ନିଆଁକୁ ଆୟତ୍ତ କରିଥିଲା ହେଲେ ସେତେବେଳେକୁ ସବୁ ପୋଡି ପାଉଁଶ ହୋଇ ସାରିଥିଲା । ସ୍ଥାନୀୟ ଵାସିନ୍ଦା ନିଆଁ ଲିଭାଇବାକୁ ଚେଷ୍ଟା କରିବାରୁ, ଯାହା ଫଳରେ ନିଆଁ ଅଧିକ ବ୍ୟାପୀ ନଥିଲା ।