ଫୁଲ ଆକ୍ସନରେ ବାଲେଶ୍ବର ପ୍ରଶାସନ
ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତ ହାଡପଦାରେ ଅଘଟଣ । ଅଗ୍ନିକାଣ୍ଡ ଘଟି ୫ ପରିବାର ପ୍ରାୟ ୧୦ ବଖରା ଘର ସମ୍ପୂର୍ଣ୍ଣ ପୋଡି ଯାଇଛି। ବିଲମ୍ବିତ ରାତିରେ ଗାଁ ର ସୁଧୀର ଜେନା, ଧନେଶ୍ୱର ଜେନା, ଗଙ୍ଗାଧର ଜେନା ଆଦି ୫ ପରିବାରର ୧୦ବଖରା ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିବା ବେଳେ ଖବର ପାଇ ଖୋର୍ଦ୍ଧା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ବିପନ୍ନଙ୍କ ପିନ୍ଧା ଲୁଗା ଛଡା ଆଉ କିଛି ଉଦ୍ଧାର କରାଯାଇ ପାରି ନାହିଁ।
Download Argus News App
