ପୁଲେଶର ଗାଁର ପିତାମ୍ବର ଭୁକ୍ତା ନାମକ ଛେଳି ଚାଷୀ ନିଜ ପାଳିତ ଛେଳି ଗୁଡିକ ଚାରଣ ପରେ ଗୁହାଳରେ ସଂନ୍ଧ୍ୟାରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ କୈାଣସି କାରଣରୁ ଛେଳି ଗୁହାଳରେ ହଠାତ ନିଆଁ ଲାଗିଯାଇଥିଲା । ଗୁହାଳରେ ନିଆଁ ଲାଗିଥିବାରୁ ଘର ବାହାରେ ପାଟି ତୁଣ୍ଡ ଶୁଣି ବାହାରକୁ ଆସି ନିଆଁ କୁ ଆୟତ୍ତ କରିବାକୁ ପ୍ରଥମେ ଚେଷ୍ଟା କରିଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ସହାୟତାରେ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରିଥିବାବେଳେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବୀରମହାରାଜପୁର ଅଗ୍ନିଶମ କର୍ମଚାରିମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ତେବେ ନିଆଁ ଆୟତ୍ତ ହେବା ବେଳକୁ ଗୁହାଳ ଭିତରେ ଥିବା ୩୦ରୁ ଉର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇ ଥିବା ଅଭିଯୋଗ ହୋଇଛି । ଗରିବ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି ।