ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡାଗଂପିଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ରାତିରେ ମିନିଟ ସମୟରେ କ୍ଷୀର ବ୍ୟବସାୟୀ ରାକେଶ ଚୌଧୁରୀ ନିଜ କାର୍ଯ୍ୟ ସାରି ବାଇକରେ ଘରକୁ ଫେରୁଥିଲା ବେଳେ କିଛି ଅଜଣା ଦୁର୍ବୁତ୍ତ କାରରେ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ ।
ଗୁଳି ତାଙ୍କ ମୁଣ୍ତରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ରାକେଶଙ୍କର ମୃତ୍ୟୁ ହୋଇଛି । ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।
ଭୁବନେଶ୍ୱର: ଦ୍ବିତୀୟ ଦିନରେ ଆରମ୍ଭରୁ ଗୃହରେ ତାତି। ରାଜ୍ୟରେ ଭୁଶୁଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ବିଜେପି ବିଧାୟକଙ୍କ ହୋ-ହଲ୍ଲା ଫଳରେ ଚାଲିପାରିଲାନି ଗୃହ।
ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗରେ ୱେଲ୍ କୁ ଯାଇ ବିଜେପି ବିଧାୟକଙ୍କ ନାରାବାଜି ଭିତରେ ଗୃହ ଚାଲିପାରିନି। ଫଳରେ ଦିନ 11ଟା 30 ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ ।
ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତି କାନ୍ତି ବଢିବ । ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନୁଗୁଳ: ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛେଣ୍ଡିପଦା ପରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି । ମୋଦି ସରକାରଙ୍କ ସେବାପକ୍ଷ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହାପରେ ସହିଦ ବିକା ନାୟକଙ୍କ ଜନ୍ମମାଟି ତାଳଚେର ଚନ୍ଦ୍ରବିଲ ଗାଁକୁ ଯାଇ `ମୋ ଦେଶ ମୋ ମାଟି' କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ।
ମାଟି ସଂଗ୍ରହ କରି ସହିଦ ପରିବାରଙ୍କୁ ସମ୍ମାନିତ କରିବେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାଛଡା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇବେ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର