ଘଟଣା ପରେ ୨ ଅଭିଯୁକ୍ତ ବାଇକ୍ ଯୋଗେ ଫେରାର ହୋଇଯାଇଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସିସିଟିଭି ଆଧାରରେ ତଦନ୍ତ ହେବ ବୋଲି କହିଛନ୍ତି ।
ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦଙ୍କୁ ଟାର୍ଗେଟ କରି ଗୁଳି ଚାଳନା

ଭୁବନେଶ୍ଵର : ଭୁବନେଶ୍ଵର ସିଆରପି ଛକରେ ଗର୍ଜିଲା ବନ୍ଧୁକ । ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନାଙ୍କୁ ଟାର୍ଗେଟ କରି ଗୁଳି ଚାଳନା । ବିଭୂ ଓ ତାଙ୍କର ଜଣେ ବନ୍ଧୁ ଠିଆ ହୋଇଥିବା ବେଳେ ୨ ଜଣ ଦୁର୍ବୁତ୍ତ ପହଞ୍ଚିଥିଲେ ।ରାଜନୈତିକ ଆକ୍ରୋସ ରଖି ଗାଳି ଗୁଲଜ କରିବା ପରେ ଛାତିରେ ବନ୍ଧୁକ ରଖି ଧମକାଇଥିଲେ । ପରେ ୨ ରାଉଣ୍ଡ ଗୁଳି ଫୁଟାଇଥିଲେ ମଧ୍ୟ ତାହା ବିଭୂଙ୍କ ଦେହରେ ନବାଜି ତଳେ ବାଜିଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ବିଭୂ ।
Download Argus News App
