Bhakti: Bhabare Bhagabata | EP -434 | Argus News
ପଦରପଡା ଅଞ୍ଚଳରେ ଗୁଳିକାଣ୍ଡ

ଅର୍ଗସ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡା ଅଞ୍ଚଳରେ ଗୁଳିକାଣ୍ଡ। ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର। ତାଙ୍କ ପୁତୁରା ଦେବପ୍ରକାଶ ଅନିମାଙ୍କ ଉପରକୁ ଗୁଳିଚାଳନା କରିଛନ୍ତି। ଏହାସହ ଗୁଳିକାଣ୍ଡ ଘଟାଇ ଦେବପ୍ରକାଶ ମହାପାତ୍ର ଫେରାର ହୋଇଛନ୍ତି। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ତରଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପଟେ ଗୁରୁତର ଅବସ୍ଥାରେ ଅନିମାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହରେ ଗୁଳି ଥିବା ଜଣା ପଡିଛି।
Download Argus News App
