ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଫାଶୀମାଲ ଗସ୍ତ କରି ପୁରାତନ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି l ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଚଳିତ ବର୍ଷ କୁ ସେବା, ସୁଶାସନ ଓ ଗରିବ କଲ୍ୟାଣ ର ବର୍ଷ ଭାବେ ପାଳନ କରାଯିବା ସହ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚେଇବାର କାର୍ଯ୍ୟକ୍ରମ ରହିଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ତଥା ଗରିବ କଲ୍ୟାଣ ନୀତି ଯୋଗୁଁ ଦେଶ ତଥା ବିଦେଶରେ ଭାରତ ସୁନାମ ଲାଭ କରିପାରିଛି l ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫାଶୀମାଳ ଡାକବଙ୍ଗଳ ଠାରେ ଅନୁଷ୍ଠିତ ବୈଠକ ରେ ପୁରାତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ କୁଚିଣ୍ଡା ମାଟି ର ଦଳପ୍ରତି ବହୁତ ଅବଦାନ ରହିଥିବା କହିଥିଲେ l
ଏହି ଅବସରରେ ସମ୍ବଲପୁର ସାଂସଦ ନୀତିଶ ଗଂଗଦେବ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ସମ୍ପାଦକ ଟଙ୍କଧର ମହାପାତ୍ର, ଜିଲ୍ଲାସଭାପତି ଗିରିଶ ପଟେଲ ସମେତ ବିଭିନ୍ନ ବ୍ଲକ ରୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବିଜେପି ବିକାଶ କାର୍ଯ୍ୟ ଓ କେନ୍ଦ୍ର ମନ୍ତ୍ରୀ ଜନକଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ ସରକାରଙ୍କ ପୂର୍ବ ପ୍ରଶାସନିକ ଅଧିକାରୀ, ପୂର୍ବତନ ପ୍ରଧାନ ଶିକ୍ଷକ, ପୂର୍ବତନ ଶିକ୍ଷକ, ବରିଷ୍ଠ ଆଇନଜୀବୀ,ସରପଞ୍ଚଙ୍କ ସହିତ ଅନେକ ବରିଷ୍ଠ ଓ ଯୁବ ନେତା ବିଜୁ ଜନତା ଦଳ ତ୍ଯାଗ କରି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ୮୦ରୁ ଉର୍ଦ୍ଧ ଆଜି ବିଜେପିରେ ଯୋଗଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ୩ ବ୍ଲକରୁ ପୁରାତନ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର