ଅଧିକ ପଢନ୍ତୁ : ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ ଆଜି ଜନଶୂନ୍ୟ ଅଞ୍ଚଳ
ଘଟଣାରେ ଜିଲ୍ଲା ହେଡ କ୍ବାର୍ଟରକୁ ବଦଳି ହୋଇଥିବା ଥାନା ଅଧିକାରୀ ତପନ ନାହାକଙ୍କ ବଦଳରେ ନୂତନ ଥାନା ଅଧିକାରୀ ରମେଶ ପ୍ରଧାନକୁ ଦାୟିତ୍ବ ମିଳିଛି । ଏହା ସହ ଘଟଣାରେ ଦୁଇଜଣ ହୋମଗାର୍ଡକୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଥାନାର 80 ପ୍ରତିଶତ ଅଂଶ ପୋଡି ଯାଇଥିବାବେଳେ ପୁଣି ଥାନାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଚାଲିଛି । ତେବେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଚଳିତ ଥରକୁ ମିଶାଇ ତିନିଥର ବିବାଦକୁ ଆସିଲାଣି ଫିରିଙ୍ଗିଆ ଥାନା । ପୂର୍ବରୁ 2020ରେ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣ କନଷ୍ଟେବଳ ଗିରଫ ହୋଇଥିବାବେଳେ 2014ରେ ଦୁଇ ଜଣ ପୋଲିସ ASIଙ୍କ ସମେତ ଦୁଇଜଣ କନଷ୍ଟେବଳ ଗିରଫ ହୋଇଥିଲେ ।