ସେପଟେ, ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଆମେ ଦଳ ପାଇଁ ପ୍ରଚାର ପ୍ରସାର କରିବାକୁ ଆସିଛୁ, ଦଳ ପାଇଁ ଆମେ କାମ କରୁଛୁ, ଆମେ ଦାୟିତ୍ଵ ଦେଇକି ଆସିଛୁ। ଲୋକଙ୍କ ମନ୍ତ୍ରୀ ନା ଦଳର ମନ୍ତ୍ରୀ ପ୍ରଶ୍ନରେ ମୁଁହ ଫେରେଇ ନେଲେ ମନ୍ତ୍ରୀ ଟୁକୁନି ସାହୁ ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ବିଧାନସଭାରେ ମନ୍ତ୍ରୀଙ୍କ ଉପସ୍ଥିତି ନେଇ ବେପରୁଆ ଉତ୍ତର ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ। କହିଲେ ମୋ ପାଇଁ ପ୍ରଥମରେ ନିର୍ବାଚନ ପରେ ବିଧାନସଭା ।ନିର୍ବାଚନ ଜିତିଲେ ସିନା ଉନତି ହେବ ବୋଲି କହିଲେ ମନ୍ତ୍ରୀ। ବିଧାନସଭା ବିଧାନସଭା ତାହା ଜାଗାରେ ଚାଲିବ । ନିର୍ବାଚନ କଣ ବନ୍ଦ ହେଇଯିବ କି। ଆମେ ଯାହା କରୁଛୁ ପାର୍ଟି ର ଇନଷ୍ଟ୍ରକସନରେ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ।
ସେପଟେ, ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଆମେ ଦଳ ପାଇଁ ପ୍ରଚାର ପ୍ରସାର କରିବାକୁ ଆସିଛୁ, ଦଳ ପାଇଁ ଆମେ କାମ କରୁଛୁ, ଆମେ ଦାୟିତ୍ଵ ଦେଇକି ଆସିଛୁ। ଲୋକଙ୍କ ମନ୍ତ୍ରୀ ନା ଦଳର ମନ୍ତ୍ରୀ ପ୍ରଶ୍ନରେ ମୁଁହ ଫେରେଇ ନେଲେ ମନ୍ତ୍ରୀ ଟୁକୁନି ସାହୁ ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି ଦଳର ସଦସ୍ୟମାନେ ବିଜେପିରେ ଯୋଗଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ଏହି ମିଶ୍ରଣ ପର୍ବରେ ପୋକତୁଙ୍ଗା ସେବା ସମବାୟ ସମିତିର ସଭାପତି ମାମିଲତା ପ୍ରଧାନ, କଂଗ୍ରେସ ନେତା ରଞ୍ଜନ ସାହୁ, ବିଜେଡି ନେତା ଦେବାଞ୍ଜନ ଦେହୁରୀ ଯୋଗଦେଇଥିଲେ । ସେହିପରି ଅଜୟ ପ୍ରଧାନ, ଅମର ବେହେରା, ସୁଶାନ୍ତ ସାହୁ, ଦୁଷ୍ମନ୍ତ ପ୍ରଧାନ, ଅରୁଣ ପ୍ରଧାନଙ୍କ ସମେତ କଂଗ୍ରେସ ଓ ବିଜେଡି ଦଳର ସଦସ୍ୟମାନେ ସାମିଲ ହୋଇଥିଲେ ।
କଳାହାଣ୍ଡି: ବିଲମ୍ବରେ ଖୋଲିଲା ମୁଖିଗୁଡା ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ମଣ୍ଡି। ମରୁଡି ସହି ସ୍ବଳ୍ପ ପରିମାଣର ଅମଳ ହୋଇଥିବା ବେଳେ କମ ଦିନରେ ଅମଳ ସରିଯାଇଥିଲା। ମେଘୁଆ ପାଗ ପାଇଁ ଚିନ୍ତାରେ ଥିଲେ ଚାଷୀ। ଅନ୍ୟପଟେ ନଭେମ୍ବର ପହିଲାରୁ ମଣ୍ଡି ଖୋଲିବାକୁ ଦାବି ହେଉଥିଲା। କିନ୍ତୁ ମଣ୍ଡି ଖୋଲିନଥିଲା, ଯାହାର ଫାଇଦା ନେଇ ଦଲାଲ କମଦରରେ ଧାନକିଣି ଛତିଶଗଡ କୁ ଚାଲାଣ କରୁଥିଲେ।୨୯ ତାରିଖ ମଣ୍ଡି ଖୋଲିବା ପରେ ମଧ୍ୟ ଅବ୍ୟବସ୍ଥା ସାମ୍ନା କୁ ଆସିଥିଲା।
କଟନି ଛଟନି ନାଁ ରେ ୫ରୁ ୧୦ କେଜି ପ୍ରତି କ୍ଵିଣ୍ଟାଲ ରେ ଅନୁମାନ କରି କାଟୁଛନ୍ତି। ନ ହେଲେ ଧାନ ଉଠେଇବା ପାଇଁ ମନାକରୁଛନ୍ତି, ଟୋକେନ ନୁହେଁ ମିଲର୍ସ ଙ୍କ ଇଚ୍ଛା ଅନୁସାରେ ଧାନ ବିକ୍ରି ହେଉଛି। ସମବାୟ ସମିତି ଧାନ କିଣି ମିଲର୍ସ କୁ ଦେବା ବଦଳରେ ମିଲର୍ସ ଏଜେଣ୍ଡ ଚାଷୀ ଙ୍କୁ ଶୋଷଣ କରୁଛନ୍ତି। ମଣ୍ଡି ମାନଙ୍କରେ ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଆରଏମସି କୁ କୋଟି କୋଟି ଟଙ୍କା ଆସୁଛି ହେଲେ ଚାଷୀଙ୍କ ପାଇଁ ବ୍ୟବସ୍ଥା କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ଚାଷୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର