ପଦ୍ମାଳୟାଙ୍କ ସୂଚନା ଅନୁଯାୟୀ ତାଙ୍କ ଜେଜେ ବାପା ଏହି ଗାଡିକୁ ଚଳାଉଥିଲେ । ପରେ ତାଙ୍କ ବାପା ମଧ୍ୟ ଏହି ଗାଡିକୁ ଚଳାଇଥିଲେ । ପରେ ନିୟମ ଅନୁଯାୟୀ ଗାଡି ଆଉ ରୋଡରେ ଚାଲିପାରିନଥିଲା କିନ୍ତୁ ଏହାକୁ ସେ ଯତ୍ନର ସହ ରଖିଥିଲେ । ଫଳରେ ଏବେ ନିୟମରେ ପରିବର୍ତ୍ତନ ଯୋଗୁଁ ଆଜି ନୂତନ ପରିଚୟ ପାଇପାରିଛି । ନିୟମ ଅନୁଯାୟୀ ୨୦ ହଜାର ଟଙ୍କା ପୈଠ କରି ଗାଡିକୁ ପଞ୍ଜୀକୃତ କରିଥିଲେ ।
ରାଜ୍ୟ ସରକାରଙ୍କ ପୁରୁଣା ଗାଡି ଉପରୁ କଟକଣା ଉଠାଇବା ପରେ ପୁରୀ ଆଞ୍ଚଳିକ ପରିବହନରେ ଏହା ପ୍ରଥମ ପଞ୍ଜୀକୃତ । ଯାହାଦ୍ୱାରା ଐତିହ ଯାନର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ ଏହି ବିହିତ ପଦକ୍ଷେପ ଫଳରେ ଯେଉଁମାନଙ୍କର ଏଭଳି ଭିଣ୍ଟେଜ ଗାଡି ରହିଥିବ ସେମାନେ ପଞ୍ଜୀକୃତ କରିପାରିବେ ।
ଏହି ଅବସରରେ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟର ଆରଟିଓଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଦ୍ୱାରା ସମ୍ଭବ ହୋଇପାରିଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ