କିଲୋ ରୁ ଦେଢ଼ କିଲୋ ଇଲିସି ଗୁଡିକ ୧୫ ଶହରୁ ୨ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋ ରୁ ତଳକୁ ଓଜନର ଇଲିସି ୧୨ଶହ ଟଙ୍କାରେ ବିକ୍ରି ହେଉଛି । ଏହି ସମୟରେ ଇଲିସି ଆମଦାନୀ ହେଉଥିବାରୁ ଇଲିସି ଖାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ । କାଁ ଭାଁ ଛାଡିଦେଲେ ଆକାଶ ଛୁଆଁ ଦର ଯୋଗୁଁ ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ୟବସାୟୀ ମାନେ ଇଲିସି କୁ କଲିକତା, ଖଡ଼ଗପୁର, ମଛଦା ଆଦି ଅଂଚଳକୁ ପଠାଇଥାନ୍ତି । ପୂର୍ବାଳି ପବନ ଯୋଗୁଁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠିଥାନ୍ତି ଆଉ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ନ୍ତି ବୋଲି କୁହନ୍ତି ମତ୍ସ୍ୟଜୀବୀ ।
ଆଗାମୀ ଦିନରେ ଯଦି ଏମିତି ପାଗ ରୁହେ ତେବେ ଆହୁରି ଅଧିକ ଇଲିସି ହେବ ଆଉ ରେଟ ଟିକେ ମଧ୍ୟ ଶସ୍ତା ହେବ ବୋଲି ଆଶା କରିଛନ୍ତି ମତ୍ସ୍ୟଜୀବୀ । ଧାମରା ଚନ୍ଦନୀ ପାଳ ଅଂଚଳରେ ପାଖାପାଖି ୫ହଜାର ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଓ ୧୨ଶହ ବୋଟ୍ ପ୍ରତିଦିନ ଧାମରା ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି । ତେବେ ଇଲିସି ଜାଲରେ ପଡ଼ୁଥିବାରୁ ମତ୍ସ୍ୟଜୀବୀ ଓ ଟଲର ମାଲିକ ବେସ୍ ଖୁସି ଅଛନ୍ତି । ରାଜ୍ୟ ବାହାରକୁ ରପ୍ତାନି କରି ଦୁଇ ପଇସା ରୋଜଗାର କରୁଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।