ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ଦଣ୍ଡକାଳୀ ମନ୍ଦିର ଆଗରେ ଗଂଜାମ ,ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ମତ୍ସ୍ୟଜିବୀମାନେ ଭଞ୍ଜ କିଶୋର ମହାରଣାଙ୍କ ଅଧକ୍ଷତାରେ ଏକ ବୈଠକରେ ଏକତ୍ରିତ ହୋଇ ଚିଲିକାରେ ମତ୍ସ୍ୟଜିବୀ ମାନେ ବଂଚିବା ପାଇଁ ଉପୁଜି ଥିବା ବିଭିନ୍ନ ସମସ୍ୟା ସମେତ ଜିରୋ ନେଟ ହଟାଓ ଓ ଚିଲିକା ବଞ୍ଚାଓର ନାରା ଦେଇ ପ୍ରଶାସନ ବିରୁଦ୍ଧରେ ହୋ ହଲ୍ଲା କରିଥିଲେ l
ଚିଲିକାରୁ ଜିରୋ ନେଟ ହଟାଇବା ଦାବିରେ ତାତିଲେ ତିନି ଜିଲ୍ଲାର ମତ୍ସ୍ୟଜିବୀ

ଖୋର୍ଦ୍ଧା: ଚିଲିକାରୁ ଜିରୋ ନେଟ ହଟାଇବା ଦାବିରେ ତାତିଲେ ତିନି ଜିଲ୍ଲାର ମତ୍ସ୍ୟଜିବୀ। ଏସିଆ ମହାଦେଶର ସର୍ବ ଵୃହତ ଲବଣ ହ୍ରଦ ଚିଲିକା ଓଡ଼ିଶାର ତିନିଗୋଟି ଜିଲ୍ଲାର ଉପକୂଳବର୍ତ୍ତୀ ମତ୍ସ୍ୟଜିବୀଙ୍କ ପାଇଁ ଜୀବନ ଜୀବିକାର ପନ୍ଥା। କିନ୍ତୁ ରାଜ୍ୟ ସରକାରଙ୍କ ଚିଲିକାର ବିକାଶ ପ୍ରତି କ୍ରମାଗତ ଅବହେଳା ଫଳରେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜିବୀ ମାନଙ୍କ କୁଳ ବେଉସା ବୁଡିବା ସହ ପୁରୁଷ ଓ ମହିଳା ମାନେ ବାଧ୍ୟ ହୋଇ କୁଟୁମ୍ବ ବଞ୍ଚାଇବା ପାଇଁ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ପଳାଇ ଯାଉଛନ୍ତି l
Download Argus News App
