ବୋଲେ ଚୁଡିୟାଁ...
କନ୍ଧମାଳ: ୫ଟି ଦେଶୀ ବନ୍ଧୁକ ସହ ୪ କିଲୋ ଝିଙ୍କ ମାଂସ ଜବତ । କନ୍ଧମାଳ ରାଇକିଆ ବନ ବିଭାଗ ପକ୍ଷରୁ ଶୁକ୍ରବାର ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୈାଣସି ସୂତ୍ରରୁ ଖବର ପାଇ ରାଇକିଆ ବନବିଭାଗ ଅଧିକାରୀ ସୁନିଲ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରିଥିଲା ।
ରାଇକିଆ ବ୍ଲକ୍ ଅନ୍ତର୍ଗତ କରଡା ପଞ୍ଚାୟତର ଡକରବାଡି ଘଞ୍ଚ ଜଙ୍ଗଲରେ ଦୃବତ୍ତ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ରହିଛି । ସୂଚନା ପାଇ ସେମାନଙ୍କ ନିକଟରୁ ୫ଟା ଦେଶି ବନ୍ଧୁକ, ୨୪ଟି ଗୁଳି, ୨୦୦ ଗ୍ରାମ ବାରୁଦ, ୩ଟା ଟର୍ଚ୍ଚ, ଝିଙ୍କ ମାଂସ ୪ କିଲୋଗ୍ରାମ, ଝିଙ୍କ ଖାଡି ୨୦୦ ଗ୍ରାମ, ମୋବାଇଲ, ବେଟେରି, କାତି ଏବଂ ବିଭିନ୍ନ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି।