ପିପିଲିର ଚାନ୍ଦୁଆ କଥା କହୁଥିବା ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ପିପିଲିକୁ ହିଂସ୍ର କିଏ କରିଛି ? ପିପିଲିର ଦଳିତ ଝିଅ ବେବିନା ଓ ଇତିଶ୍ରୀକୁ ନ୍ୟାୟ ମିଳିଛି କି ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ ? ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏମାନେ ନାହାନ୍ତି କି ? ସେହିପରି ମୋଦୀ ପଠାଇଛନ୍ତି ଫନି ଟଙ୍କା କିନ୍ତୁ ପିପିଲିରେ ପଲିଥିନ ତଳେ ରହୁଛନ୍ତି ଲୋକେ । ଅନେକ ଲୋକେ କାହିଁକି ଭଙ୍ଗା କୁଡ଼ିଆରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ?
ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ କଥା, ପଳାତକ ଘୋଷଣା ହୋଇଥିବା ଧୀରେନ୍ଦ୍ର ସାମନ୍ତ ରାୟ ଓ ରାଜା ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା କରି ହିଂସାକୁ ପ୍ରୋତ୍ସାହନ ଦେଉ ନାହାନ୍ତି କି ? ବୋଲି ସେ ପ୍ରଶ୍ନ କରିଛନ୍ତି ।