ପୁରୀ: କଣାସ ସ୍ଥିତି ବେହାଲ । ଦୟାଦନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଫଳରେ ବାଲିପଟଣା, ଦୋକନ୍ଦା, ବଡାସ,ତଳପଡା,ବୈଦନାଥପାଟଣା, କଖାରୁବସ୍ତା ଏବେ ବନ୍ୟା ଜଳରେ ଉବୁଟୁବୁ ।
ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଓ ଡେଲଟା ପକ୍ଷରୁ ବାଲିବସ୍ତା ଦ୍ବାରା ବାଲିବନ୍ଧ କରିବାପାଇଁ ଚେଷ୍ଟା ଚାଲିଛି । ଆଖପାଖ ଗ୍ରାମର ଲୋକମାନେ ବିଭିନ୍ନ ସ୍ଥାନରେ ରାତିରେ ବନ୍ଧକୁ ଜଗୁଛନ୍ତି ।
ବନ୍ୟା ଜଳ ମାଡ଼ି ଆସିବାରୁ ଲୋକମାନଙ୍କ ଘରେ ମଧ୍ୟ ପାଣି ପଶିଥିବା ସୂଚନା ମିଳିଛି । ତେଣୁ ଲୋକମାନେ ଭୟରେ ଘରଛାଡି ସ୍କୁଲ ଘରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି ।
ଅର୍ଗସ ବ୍ୟୁରୋ: ଭାରତ ଟିମର ଯେତେ ପ୍ରଶଂସା କଲେ ସେତେ କମ ହେବ। ଭାରତୀୟ ଟିମର ଉଦୀୟମାନ ଯୁବା ବ୍ୟାଟର୍ସଙ୍କ ଆଜି ଧୂଆଁଧାର ରନ ବର୍ଷାରେ ଇଣ୍ଡିଆ ଟିମ ଧରାଶାୟୀ ହୋଇଛି। ବର୍ଷା ଆଜି ବାଧକ ସାଜିଥିଲା। ହେଲେ ବି ଭାରତୀୟ ଟିମର ବିଶାଳ ବିଜୟ କ୍ରିକେଟପ୍ରେମୀଙ୍କୁ ଆନନ୍ଦିତ କରିଛି। ଶୁଭମାନ ଗିଲ ଏବଂ ଶ୍ରେୟର ଆୟର ଧୂଆଁଧାର ଶତକ ଆଜି ଟିମକୁ ବିଜୟର ସ୍ବାଦ ଚଖାଇଛି। ତେବେ ସୂର୍ଯ୍ୟ କୁମାର ଯାଦବ ଏବଂ କେଏଲରାହୁଲ ମଧ୍ୟ ଭଲ ପାରି ଖେଳିଥିଲେ।
That's that from the 2nd ODI.
Jadeja cleans up Sean Abbott as Australia are all out for 217 runs in in 28.2 overs.#TeamIndia take an unassailable lead of 2-0.#INDvAUS pic.twitter.com/LawVWu2JI8 — BCCI (@BCCI) September 24, 2023
ଇନ୍ଦୋରରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତର ଦମ୍ଦାର ବିଜୟ ହୋଇଛି। ୯୯ ରନ୍ରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ DLS ମେଥଡ୍ ଲାଗୁ ହୋଇଥିଲା। ଅଷ୍ଟ୍ରେଲିଆ ଆଗରେ ୩୩ ଓଭରରେ ୩୧୭ ରନ୍ ଥିଲା। ୨୮.୨ ଓଭରରେ ଅଷ୍ଟ୍ରେଲିଆ ଆଉଟ୍ ହୋଇଯାଇଥିଲା। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍କୁ ଭାରତ କବ୍ଜା କରିଛି। ଶ୍ରେୟସ୍ ଆୟାର୍ ମ୍ୟାନ୍ ଅଫ୍ ଦି’ ମ୍ୟାଚ୍ ହୋଇଛନ୍ତି।
୪୦୦ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ। ବ୍ୟାଟିଂ କରିବାକୁ ଆସିଥିଲେ ଓପ୍ନର ଏମ.ଶୋର୍ଟ ଓ ଡେଭିଡ୍ ୱାର୍ଣ୍ଣର୍। ହେଲେ ଅଷ୍ଟ୍ରେଲିଆର ଦୁଇ ଓପ୍ନର ବେଶୀ ସମୟ କ୍ରିଜ୍ରେ ରହିପାରିନଥିଲେ। ୯ ରନ୍ରେ ଦୁଇଟି ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ। ଏମ. ଶୋର୍ଟ ୯ ରନ୍ କରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ତାଙ୍କ ପଛେ ପଛେ ଖାତା ଖୋଲି ନପାରି ପାଭିଲନ୍ ଫେରିଥିଲେ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର...
ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରନର ଶୁଭାରମ୍ଭ ପରେ ସେହି ଟ୍ରେନରେ ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି ।
ଏହି ଅବସରରେ ଢେଙ୍କାନାଳ, ଅନୁଗୋଳ ଓ ତାଳଚେରରେ ମାତୃଶକ୍ତିଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ଅଞ୍ଚଳ ପାଇଁ ଆନନ୍ଦର ମୁହୂର୍ତ୍ତ । ଏହା ଦ୍ୱାରା ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ଲୋକମାନେ ସୁବିଧା ପାଇବେ । ପୂର୍ବରୁ ଗତ ମଇ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିଲା । ଆଜି ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଶୁଭାରମ୍ଭ ହୋଇଛି । ମୋଦି ସରକାର ଓଡ଼ିଶାକୁ ଆସିବା ପରେ ରେଳ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ହେଉଛି । ଏ ସହୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓଡ଼ିଶାକୁ ଦର୍ଶାଉଛି ।
ଅପରପକ୍ଷରେ ବିଶ୍ୱକର୍ମା ପୂଜା ଅବସରରେ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି । ସମାଜର ବଞ୍ଚିତ ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ଲୋକମାନେ ବିଶେଷ ଭାବରେ ଶିଳ୍ପୀ, କାରିଗର, କମାର, ବଣିଆ, କୁମ୍ଭାର, ମୂର୍ତ୍ତିକାର, ମୋଚି, ରାଜମିସ୍ତ୍ରୀ, ଧୋବା ଭଳି ପାରମ୍ପରିକ ବୃତ୍ତିରେ ନିୟୋଜିତ ଲୋକମାନଙ୍କୁ ପରିଚୟ ପତ୍ର ସହ ପ୍ରଶିକ୍ଷଣ ଦିଆଯିବ । ୧୫ ହଜାର ଟଙ୍କା କିଟ୍ ଓ ଅନ୍ୟ ଆର୍ଥିକ ସହଯୋଗ ମିଳିବ । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ କମ୍ ସୁଧରେ ଋଣ ମିଳିବ । ଏହା ଦ୍ୱାରା ନୂଆ ଉଦ୍ୟମୀ ତିଆରି ହେବେ, ସେମାନଙ୍କର ଆତ୍ମବିଶ୍ୱାସ ବଢିବ, ବଞ୍ଚିତ ବର୍ଗର ସାମାଜିକ ସଶକ୍ତିକରଣ ହେବ ।
ସେହିପରି ସଦ୍ୟ ସମାପ୍ତ ନୂଆ ସଂସଦ ଭବନରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ଦେଶରେ ପ୍ରାୟ ୫୦ ଭାଗ ତଥା ୭୦ କୋଟି ମହିଳା ଜନସଂଖ୍ୟା ଥିବା ବେଳେ ସେମାନଙ୍କୁ ବିଧାନସଭା ଓ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଲ୍ ଆଗତ କଲେ, ଯାହା ଉଭୟ ଗୃହରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ମୋଦି ସରକାର ଏପରି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’, ପିଏମ ବିଶ୍ୱକର୍ମା ଯୋଜନା ଓ ଅନୁଗୋଳ, ତାଳଚେର ଏବଂ ଢେଙ୍କାନାଳରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଜଣେ ବ୍ୟକ୍ତିଙ୍କ ଘରୁ ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି । ୧୨ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ । ଉଦଳା ବନାଞ୍ଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ ସ୍ଥାନରେ ଲୁଚି ରହିଥିବା ପରିବାର ଲୋକେ ଦେଖିବା ପରେ ଏ ନେଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ ।
ଖବର ପାଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ୍ ବେହେରା, ଅଭିଜିତ୍ ବିଶ୍ୱାଳ, ରନିତ୍ ବିଶ୍ୱାଳ, ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଘର ଭିତରୁ ଉଦ୍ଧାର କରିଥିଲେ । ସାପଟି ଘର ଉପରେ ପଡିଥିବା ଏକ ପଟା ନିକଟରେ ରହିଥିବା ବେଳେ ତାକୁ ସେଠାରୁ ବାହାର କରି ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅହିରାଜ ସାପ ହୋଇଥିବା ବେଳେ ତାହାର ଲମ୍ବ ୧୨ ଫୁଟ୍ ହେବ ବୋଲି ଜଣାଯାଇଛି । ଉଦ୍ଧାର ସାପଟିକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି । ଅନ୍ୟପଟେ ଉକ୍ତ ଅହିରାଜ ସାପଟି ୬ ଫୁଟ ଲମ୍ବର ବିଷାକ୍ତ ନାଗସାପକୁ ଗିଳିଥିବା ଦେଖିବାକୁ ମିଳିଛି । ଅହିରାଜଟି ନାଗସାପଟିକୁ ଧୀରେ ଧୀରେ କରି ପୁରା ଗିଳି ଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର