ଗାଁରେ ବାରି ବାରି ଥାଏ ଆମ୍ୱ ଗଛ। ଆଉ ପହିଲି ଆମ୍ବ ବଉଳର ମହୁଲି ବାସ୍ନା ସମସ୍ତଙ୍କୁ ବିଭୋର କରୁଛି। ଋତୁରାଜ ବସନ୍ତର ଆଗମନ ହୋଇଛି। ହସି ଉଠୁଛି ପ୍ରକୃତିରାଣୀ । ଫଗୁଣ ମାସରେ ଆମ୍ବ ଗଛରେ ପେନ୍ଥାପେନ୍ଥା ହୋଇ ଝୁଲୁଥିବା ବଉଳ ନିଜକୁ ପୁଷ୍ପବତୀ ଫଳବତୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରକୃତିର କୋଳରେ ସଜେଇ ହୋଇଥିବା ବଉଳର ମହମହ ବାସ୍ନା ମନରେ ଆନମନା ଭରି ଦେଉଛି।
ବସନ୍ତର ଆଗମନରେ ରାସ୍ତା କଡ଼ରେ ଥିବା ଆମ୍ବ ଗଛ ଗୁଡିକରେ ବଉଳ ଆସିଛି । ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ବାଟରେ ଯାଉଥିବା ପଥିକଟିଏ ବି ଘଡ଼ିଏ ଅଟକି ଯାଉଛି। କ୍ଳାନ୍ତି ଦୂର ପାଇଁ ବାଟୋଇଟିଏ ଗଛ ମୂଳେ କ୍ଷଣିଟିଏ ବସିପଡିଲେ ମନରେ ଆସିଯାଉଛି ଅସୁମାରୀ ଶାନ୍ତି। ଆମ୍ବ ବଉଳର ବାସ୍ନା ସାଙ୍ଗକୁ କୋଇଲିର କୁହୁକୁହୁ ସ୍ବର ଆନମନା କରୁଛି ଅବାଳ ବୃଦ୍ଧ ବନିତାଙ୍କୁ।