ପ୍ରକଧିକା ହାଇଓ୍ଵ ପ୍ରକଳ୍ପ ଅଧୀନରେ NH-26 ର ରାସ୍ତା 4 ଲେନ କରିବା ପାଇଁ ଅର୍ଥ ଦିଆଯାଇଛି। ବରପାଲିରୁ ବୋଲାଙ୍ଗୀର ପର୍ଯ୍ୟନ୍ତ ଏହି ରାସ୍ତା ପାଇଁ 414.24 କୋଟି ର କାର୍ଯ୍ୟ କରାଯାଉଛି। NH-59 ର ରତନପୁର ରୁ ମୁଣ୍ଡାମାରାଇ ପର୍ଯ୍ୟନ୍ତ
2-ଲେନକୁ ପ୍ରଶସ୍ତ କରିବାକୁ ବଜେଟ୍ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ପାଇଁ 125.94 କୋଟି ମଞ୍ଜୁର କରାଯାଇଛି।
NH- 26 ର ଭବାନୀପାଟଣା ଟାଉନ ମଧ୍ୟରେ 175/880 ରୁ 181/000 କିଲୋମିଟର ରାସ୍ତ ର ନିର୍ମାଣ କାର୍ଯ୍ୟ ପାଇଁ 3.27 କୋଟି ମଞ୍ଜୁର କରାଯାଇଛି। NH-326A ର ମୋହାନା ଠାରୁ ମାଲୱା ଘାଟ ବିଭାଗ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ଅନୁମୋଦନ କରାଯାଇଛି। ଏଥିପାଇଁ 23.21 କୋଟି ମଞ୍ଜୁର କରାଯାଇଛି।
NH.153 (B) ଅଙ୍ଗାବିରା ଠାରୁ ନାକ୍ଟିଡୁଲ୍ ପର୍ଯ୍ୟନ୍ତ ମଜବୁତରାସ୍ତା ପାଇଁ 14.73 Cr କୋଟି ମଞ୍ଜୁର ହୋଇଛି। NH 53 ର ନିର୍ମାଣ କାର୍ଯ୍ୟକୁ 6.5 କୋଟି ଅନୁମୋଦନ କରାଯାଇଛି। ଓଡିଶା ରାଜ୍ୟରେ NH- 20 ର ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ 18.06 Cr ମଞ୍ଜୁର ହୋଇଛି। NH-55 କୁ ସସକ୍ତ କରିବା ପାଇଁ 22.52 Cr ମଞ୍ଜୁର ହୋଇଛି।
ଓଡିଶାର N.H. 149 ର Km 75/100 ରୁ 84 / 00Km (Km 77/650 ରୁ 79/250 Km ବ୍ୟତୀତ) ନିର୍ମାଣ କାର୍ଯ୍ୟକୁ ମଞ୍ଜୁର କରାଯାଇଛି। ଏଥିପାଇଁ 5.72 Cr ମଞ୍ଜୁର ହୋଇଛି। ଓଡିଶା ରାଜ୍ୟରେ 379/000, 439/000, 444/237, 457/075 & 468/150 ରେ 5 ନମ୍ବର HL ବ୍ରିଜ୍ ନିର୍ମାଣ ପାଇଁ ବଜେଟ୍ ମଞ୍ଜୁର କରାଯାଇଛି। 154.05 କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯାଇଛି। NH 59 ରେ ବରହମପୁର ବାଇପାସ୍ ନିର୍ମାଣ ପାଇଁ 196.94 Cr ମଞ୍ଜୁର ହୋଇଛି। ରାଜ୍ୟରେ ସଡକ ସୁରକ୍ଷା କାର୍ଯ୍ୟ ପାଇଁ 1.42 Cr ମଧ୍ୟ ମଞ୍ଜୁର ହୋଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ଓଡିଶାରେ ରାଜପଥ ନିର୍ମାଣ ନେଇ କେନ୍ଦ୍ରର ସହାୟତା, 2020-21ରେ ଓଡିଶାର 14ଟି ପ୍ରକଳ୍ପ ପାଇଁ 1144.29 କୋଟି

ଅର୍ଗସ ନ୍ୟୁଜ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, 2020-21ରେ ଓଡିଶାର 14ଟି ପ୍ରକଳ୍ପ ପାଇଁ 1144.29 କୋଟି ଟଙ୍କା ଦେଇଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି ଟ୍ଵିଟ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ 314.17 କିଲୋମିଟର କୁ ନେଇ 14 ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ପ୍ରକଳ୍ପ ଗୁଡିକ ପାଇଁ 1144.29 କୋଟି ଏବଂ ସଡକ ସୁରକ୍ଷା କାର୍ଯ୍ୟ ପାଇଁ 1.42 କୋଟି ଅର୍ଥ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। 2020-21 ଆର୍ଥିକ ବର୍ଷ ପାଇଁ ଏହି ଅର୍ଥ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।
Download Argus News App
