ଶୁକ୍ରବାର ସଂଧ୍ୟାରେ ଭୟଙ୍କର ରେଳ ଦୁର୍ଘଟଣା ପରେ ଏହି ରୁଟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ମରାମତି କାମ ଜୋରସୋରରେ ଚାଲିଥିବାବେଳେ ଖୁବଶୀଘ୍ର ଏହି ରୁଟରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଭାବବିହ୍ବଳ ହୋଇପଡିଥିଲେ ରେଳ ମନ୍ତ୍ରୀ ।
ଅଧିକ ପଢନ୍ତୁ :ଦୁର୍ଘଟଣାର 51 ଘଣ୍ଟା ପରେ ଟ୍ରାକରେ ଚାଲିଲା ଟ୍ରେନ