ଅଦା ଓ ରସୁଣ ଦର ଆକାଶ ଛୁଆଁ ହେଲାଣି । କିଲୋ ପିଛା ରସୁଣ ମୂଲ୍ୟରେ ଦୁଇଗୁଣା ଓ ଅଦାରେ ୩ ଗୁଣା ବୃଦ୍ଧି ପ୍ରଥମ ଥର ପାଇଁ ହୋଇଛି । ହୋଲସେଲ ମାର୍କେଟରେ ରସୁଣ କିଲୋପିଛା 80 ରୁ 120 ଟଙ୍କା । ସେହିଭଳି ଅଦାର ମୂଲ୍ୟ 130 ରୁ 240 ଟଙ୍କା ରହିଛି ।
ମାର୍ଚ୍ଚ ମାସରେ ଉଭୟ ରସୁଣ ଓ ଅଦାର ମୂଲ୍ୟ ଯଥାକ୍ରମେ କିଲୋ ପିଛା 20 ରୁ 30 ଓ 55 ରୁ 60 ଟଙ୍କା ରହୁଥିଲା । ମାତ୍ର ତାହା ବର୍ତ୍ତମାନ ଦୁଇରୁ ତିନିଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ମୁଖ୍ୟତଃ ରସୁଣ ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ଏବଂ ଅଦା ବେଙ୍ଗାଳୁରୁ, ମହାରାଷ୍ଟ୍ର ଓ ସିଲିଗୁଡି ସମେତ ଓଡ଼ିଶାର କୋରାପୁଟ ଓ କନ୍ଧମାଳରୁ ଉତ୍ପାଦନ ହୋଇଥାଏ । ଅଦା ରସୁଣ ଦର ବୃଦ୍ଧି ହେବା ଫଳରେ ଖୁଚୁରା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ରୋଷେଇ ଘରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗୃହିଣୀଙ୍କ ଅନୁସାରେ, ତରକାରୀରେ ସ୍ବାଦ ଟିକେ କମିଯାଉ ପଛେ କିଲେ ଜାଗାରେ 250ଗ୍ରାମ ନେବାକୁ ବାଧ୍ୟ ।
ଆହୁରି ପଢନ୍ତୁ ଓଡିଶା ଖବର...