ପ୍ରତିବର୍ଷ ଭଳି ଚିଲିକାକୁ ଏହି ବିଦେଶୀ ପକ୍ଷୀ ମାନେ ଶୀତ ଋତୁ ରେ ଅର୍ଥାତ ଅକ୍ଟୋବର ମାସରେ ଆସିଥାନ୍ତି ଏବଂ ଗ୍ରୀଷ୍ମ ଦିନରେ ଅର୍ଥାତ ମାର୍ଚ୍ଚ ମାସର ଶେଷ ସପ୍ତାହରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ବୋଲି ସରକାରୀ ରେକର୍ଡ ରହିଛି । ଶୀତ ଋତୁରେ ଏହି ରଙ୍ଗ-ବେରଙ୍ଗ ର ଦେଶୀ-ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ବିଦେଶୀ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟି ଥାଏ ମରାଳ ମାଳିନୀ ନୀଳମ୍ବୁ ଚିଲିକା କୁ। ଚିଲିକାର ଏହି ନୀଳ ଜଳ ରାଶିରେ ବିଦେଶୀ ପକ୍ଷୀମାନଙ୍କୁ ଦେଖି ପର୍ଯ୍ୟଟକ ମାନେ ବେଶ ଆନନ୍ଦ ଉଲ୍ଲାସ ଉପଭୋଗ କରିବା ସହ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଦେଖି ମନମୁଗ୍ଧ ହୋଇଥାନ୍ତି।
ବିଦେଶାଗତ ପକ୍ଷୀ ମାନେ ବିଦେଶରୁ ଚିଲିକାକୁ ୪ ମାସ ପାଇଁ ଆସିଥାନ୍ତି । ଗ୍ରୀଷ୍ମ ଋତୁର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବାରୁ ବିଦେଶୀ ପକ୍ଷୀ ମାନେ ଏବେ ସ୍ୱଦେଶ କୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଦେଲେଣି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: