ଆଜି ପଦ୍ମପୁର ବ୍ଳକ ହସ୍ତୀନପୁର ନିକଟସ୍ଥ କାଜୁ ତୋଟା ଅଞ୍ଚଳରେ ହାତୀ ଦାନ୍ତ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗୁଡାରି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଜାକବ ମାଝି ଓ ପଦ୍ମନ କାଡ୍ର।କାଙ୍କ ଠାରୁ ୨ ଗୋଟି ମୂଲ୍ୟବାନ ହାତୀ ଦାନ୍ତ ଜବତ କରାଯାଇଛି ।
ଜବତ ହାତୀ ଦାନ୍ତର ଲମ୍ବ ୮୦ ସେଣ୍ଟି ମିଟର ଥିବା ବେଳେ ଗୋଟିଏ ଗୋଟିଏ ଦାନ୍ତର ଓଜନ ୩ କେଜିରୁ ଅଧିକ ରହିଛି । ତେବେ ଏହି ହାତୀ ଦାନ୍ତ ବେପାର ଓ ଚାଲାଣରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ତାର ଖୋଳତାଡ଼ ବନ ବିଭାଗ ପକ୍ଷରୁ କରାଯାଉଥିବା ସୂଚନା ମିଳିଛି ।