୩ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ ଜେରା କରୁଥିବା ବେଳେ ବୁଦ୍ଧଦେବ ସିଂ ନାମକ ଜଣେ ଅଭିଯୁକ୍ତ ପୂର୍ବତନ ସରପଂଚ ବୋଲି ଜଣାପହିଛି। ଗତକାଲି କପ୍ତିପଦାରେ ଚଢ଼ାଉ କରି ୭ କେଜି ବଜ୍ରକାପ୍ତା କାତି , ଜଙ୍ଗଲି ମାଂସ ସହ ବନ୍ୟଜନ୍ତୁ ଲାଞ୍ଜ ଓ ୪ ଟି ବନ୍ଧୁକ ଜବତ କରିଥିଲା ବନ ବିଭାଗ। ଶିମିଳିପାଳ ଶିକାରୀ ଙ୍କ ଚରାଭୂଇଁ ପାଲଟିଥିବା ବେଳେ ପୂର୍ବରୁ କାହିଁକି ବନ ବିଭାଗ ଚୁପ ବସିଥିଲା ବୋଲି ପ୍ରଶ୍ନ ଉଠିଛି।
କେବଳ ଶିମିଳିପାଳ ନୁହଁ ରାଜ୍ୟର ଅଧିକାଂଶ ଜଙ୍ଗଲରେ ଅବାଧରେ ପଶୁ ଶୀକାର ଚାଲିଛି । ଯେଉଁଥିପାଇଁ ରାଜ୍ୟ ରୁ ହାତୀ ଓ ବାଘ ସଂଖ୍ୟା କମି କମିଯାଉଛି। ୨୦୧୨ ରୁ ୨୦୨୨ ମଧ୍ୟରେ ୩୬ ଟି ହାତୀକୁ ଶିକାରୀ ପାଇଁ ହତ୍ୟା କରାଯାଇଥିବା ବେଳେ ଗତ ୫ ବର୍ଷ ରେ ୧୦ ଟି ହାତୀ ର ଶିକାର ହୋଇଛି। ସେହିପରି ୨୦୨୦ ରୁ ଆଜି ମଧ୍ୟରେ ୪୦ ଟି କଲରାପତ୍ରିଆ ବାଘଛାଲ ସହ ୨ଟି ମହାବଳ ବାଘ ଛାଲ ୮ ଟି ହରିଣ ଛାଲ ସହ ୧୧୯ ଶିକାରୀ ଗିରଫ ହେବା ଘଟଣା ବନ ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ଗତ ଡିସେମ୍ବର ୧୨ ତାରିଖରେ ୩ ବନ କର୍ମଚାରୀ ଏକ ଦନ୍ତାହାତୀକୁ ପୋଡି ଦେଇ ଦେହାବଶେଷକୁ ନଦୀରେ ଭଷାଇଦେଇଥିଲେ । ନିଲମ୍ବନ ପରେ ସେମାନଙ୍କ ମାଡରେ ଜଣେ ବ୍ୟାଘ୍ର ସୁରକ୍ଷା ବଳ ର ଜଣେ କର୍ମଚାରୀ ତୁରାମ ପୂର୍ତ୍ତୀଙ୍କ ଆତ୍ମହତ୍ୟା କରିବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏପରିକି ହାଇକାର୍ଟ ଙ୍କ ନିର୍ଦ୍ଦେଶ ପରେ ମାମଲା ଦାୟର ହୋଇ ସେମାନଙ୍କୁ ଗିରଫ କରାଗଲା। ପୂର୍ବରୁ ଆଠଗଡରେ ମଧ୍ୟ ହାତୀ ଶିକାର ରେ ୬ ବନ କର୍ମଚାରୀ ଙ୍କ ସୃପୃକ୍ତି ସାମ୍ନାକୁ ଆସିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏଭଳି ସ୍ଥିତି ରେ ବନଜନ୍ତୁ କେତେ ସୁରକ୍ଷିତ ଓ ବନ ବିଭାଗ କେମତି ଚାଲିଛି ତାକୁ ନେଇ ଉଠିଛି ପ୍ରଶ୍ନ ।
ଆହୁରି ପଢନ୍ତୁ ଓଡିଶା ଖବର...