ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଜଳିପୋଡ଼ି ପାଉଁଶ ହେଇଗଲାଣି ଝାଉଁ, ଆକାଶୀ ଭଳି ବଡ଼ ବଡ଼ ଗଛ । ଗତ ଶନିବାରଠୁ ଜଙ୍ଗଲରେ ନିଆଁ ଲାଗିଛି । ୩ ଦିନ ହେବ ଜଳୁଛି ୧୦୦ ଏକର ପରିମିତ ଏ ଜଙ୍ଗଲ । ଯଦି ଏଭଳି ପରିସ୍ଥିତି ଲାଗି ରୁହେ, ତେବେ ଆଗକୁ ସ୍ଥିତି କଣ ହେବ ଚିନ୍ତାର କାରଣ।
ଗାଁ ମୁହାଁ ଜଙ୍ଗଲ ନିଆଁ

ଅର୍ଗସ ବ୍ୟୁରୋ: ଗାଁ ମୁହାଁ ଜଙ୍ଗଲ ନିଆଁ । ଗାଁ ନିକଟରେ ପହଁଞ୍ଚିଲାଣି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ଲିଭାଉଛନ୍ତି ଛୋଟ ଛୋଟ ପିଲାଏ । ପୁରୀ ଷଣ୍ଢପୁର ଜଙ୍ଗଲରେ ଲାଗିଛି ନିଆଁ । ଅଣାୟତ୍ତ ହେଉଛି ନିଆଁ । ଭୟଭୀତ ସ୍ଥାନୀୟ ବାସିନ୍ଦା । ପୂର୍ବରୁ ବନବିଭିଗ ଫାୟାର ଲାଇନ୍ କାଟିନଥିବାରୁ ନିଆଁ ବ୍ୟାପିବାରେ ଲାଗିଛି । ଏଥିପାଇଁ ବନବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଲୋକେ ।
Download Argus News App
