ନୂଆପଡାରେ ବାଘ, ରାଜଧାନୀରେ ହାତୀ, ନୀଳଗିରୀରେ ଭାଲୁ ଆତଙ୍କ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୬୨୫ ଟି ସ୍ଥାନରେ ବନାଗ୍ନି ଖବର ସାମ୍ନାକୁ ଆସିଛି। ରାଜ୍ୟର ଏହି ଜଙ୍ଗଲ ନିଆଁ ସାରା ଦେଶର ୩୫ ପ୍ରତିଶତ ଓ ଏଥିରେ ଗତ ୪ ମାସରେ ୪ ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ଆକଳନ କରାଯାଉଛି ।
ଅଧିକ ପଢନ୍ତୁ: ନିଆଁର ଆଁରେ ଜଳିଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ
ଅନ୍ୟପଟେ ବାଲେଶ୍ବରରେ ବି ସ୍ଥିତି ସଙ୍ଗିନ ହୋଇପଡିଛି । ୮ ଦିନ ହେଲା କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଥିବାବେଳେ ରାସ୍ତାରେ ବୁଲୁଛି ଜଙ୍ଗଲି ହାତୀ । ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକରେ ବି ଲୋକଙ୍କ ଘରେ ପଶି ଗଲେଣି ବିଶାକ୍ତ ସାପ । ରାଜଧନୀରେ ବି ସମାନ ଚିତ୍ର । ଶିଖରଚଣ୍ଡି ପାହାଡରେ ନିଆଁ ଯୋଗୁଁ ସହର ମୁହାଁ ହାତୀ । ଆଉ ହାତୀ ଘଉଡାଇବାକୁ ରାତି ତମାମ ନାକେଦମ ବନ ବିଭାଗ ।
ଅଧିକ ପଢନ୍ତୁ: ଜଙ୍ଗଲ ପୋଡି ଛାରଖାର; ମୂଲ୍ୟବାନ ଗଛ ଓ ବନ୍ୟଜନ୍ତୁ ଭସ୍ମୀଭୂତ
ଅନ୍ୟପଟେ ଜଙ୍ଗଲ ନିଆଁ ମୁକାବିଲା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶ ମାର୍ଗରୁ ହେଲିକେପ୍ଟର ଜରିଆରେ ନିଆଁ ଲିଭାଇବାର ବ୍ୟବସ୍ଥା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏହା ସହ ମିଳିତ ବୈଠକ ଓ କ୍ଷମତା ସମ୍ପନ୍ନ୍ କମିଟି ଗଠନ କରି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ଭୁପେନ୍ଦ୍ର ଙ୍କୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର।
ଅଧିକ ପଢନ୍ତୁ: ମହାନଦୀ କୂଳରେ ଜଙ୍ଗଲ ଜଳୁଛି
ସେପଟେ କନ୍ଧମାଳ ରାଇକିଆ ରେଞ୍ଜ ମଙ୍ଗଳପୁର ଜଙ୍ଗଲରେ ଗତ 11 ତାରିଖ ରାତିରେ ନିଆଁ ଲାଗାଉଥିବା ବେଳେ ଜଣେ ଶୀକାରୀକୁ କାବୁ କରିଛି ବନ ବିଭାଗ। ଜଙ୍ଗଲରେ ଲାଗୁଥିବା ଅଧିକାଂଶ ନିଆଁ ଶିକାରୀ ଲଗାଉଛନ୍ତି ବୋଲି ପିସିସିଏଫ ସ୍ପଷ୍ଟ କରିବା ପରେ ବନ ବିଭାଗର ବିଫଳତା ପଦାରେ ପଡିଛି । ତେବେ ୯୭ ପ୍ରତିଶତ ରୁ ଅଧିକ ଅଞ୍ଚଳରେ ନିଆଁକୁ ଆୟତ୍ତ କରାଯାଇଥିବା କହିଛନ୍ତି ପିସିସିଏଫ ।