ଏସପିଠାରୁ ଆରମ୍ଭ କରି ଆଇଆଇସି ପର୍ଯ୍ୟନ୍ତ ସମସ୍ତେ ଦେଉଛନ୍ତି ସୁରକ୍ଷା । ପ୍ରତିଶୃତି ଦେଇଥିଲେ ମଧ୍ୟ ଏଯାଏଁ ଆମକୁ ନ୍ୟାୟ ମିଳିଲାନି ବୋଲି କହିଛନ୍ତି ସୌମ୍ୟଙ୍କ ମାଆ ।
ପାରଳାଖେମୁଣ୍ଡି ଏସସିଏଫ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁକୁ 21 ଦିନ ବିତିଲାଣି । କିନ୍ତୁ ଏବେ କାହାରିକୁ ଗିରଫ କରାଯାଇ ନାହିଁ । ସୌମ୍ୟଙ୍କ ଦେହରେ କିପରି ନିଆଁ ଲାଗିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାରେ ଏସପି ତପନ ପଟ୍ଟନାୟକ, ଡିଏଫଓ ଆଦିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏଥିରେ ପୁଣି ଯୋଡି ହୋଇଛି ଆଉ ଏକ ନାଁ ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ଯିଏ କି ଦୋଷୀଙ୍କୁ ଘଣ୍ଟା ଘୋଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଘଟଣାର ପ୍ରଚ୍ଛଦପଟ୍ଟରେ କାହା ହାତ ଅଛି, କିଏ କେମିତି ଏହି ଘଟଣାକୁ ପ୍ରଭାବିତ କରୁଛନ୍ତି, ତାହା କେବଳ ଦେଖିବାକୁ ରହିଲା।