ଭିଜିଲାନ୍ସ ଅଧିକାରୀ ମାନେ ଲମତାପୁଟରେ ପହଞ୍ଚି ତାଙ୍କ କାର୍ଯ୍ୟାଳୟରେ ଖୋଲତାଡ଼ କରୁଛନ୍ତି । ଭିଜିଲାନ୍ସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବନାଞ୍ଚଳ ଅଧିକାରୀ । ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କୋରାପୁଟ ସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ଅଟକ ରଖି ତାଙ୍କୁ ପଚରାଉଚରା କରାଯାଉଛି । ସୁରଜିତ ସାହୁ ଭୁବନେଶ୍ଵର ଯାଉଥିବା ବେଳେ, ବାଟରୁ ତାଙ୍କୁ ଭିଜିଲାନ୍ସ ଉଠାଇ ନେଇଛି ।
ଭିଜିଲାନ୍ସ ଅଧିକାରୀ ମାନେ ଲମତାପୁଟରେ ପହଞ୍ଚି ତାଙ୍କ କାର୍ଯ୍ୟାଳୟରେ ଖୋଲତାଡ଼ କରୁଛନ୍ତି । ଭିଜିଲାନ୍ସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
ଅର୍ଗସ ବ୍ୟୁରୋ : ଧୋକା ଦେଲା ପ୍ରେମିକ, ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଲେ ଥିଲେ ଯୁବତୀ । ତାଙ୍କର ଗୋଟିଏ ଜିଦ୍, ସେ ତାଙ୍କ ସ୍ୱାମୀଙ୍କ ପାଖରେ ରହିବେ ବୋଲି କହିଥିଲେ ବାଂଲାଦେଶୀ ଝିଅ ରୁମା ମ୍ୟାରିଆମ୍ । ବାଲେଶ୍ବର ଜିଲ୍ଲା ବୁଧ କୁସୁମୀ ଗାଁର ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ନିଜ ସ୍ବାମୀ ବୋଲି କହିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ଏହି ଘଟଣା ନେଇଛି ନୂଆ ମୋଡ଼ । ପ୍ରଥମେ ବୁଧ କୁସୁମୀ ଗାଁର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ନିଜ ସ୍ବାମୀ ବୋଲି କହିଥିଲେ ରୁମା । ଏବେ ବିରେନ୍ଦ୍ରଙ୍କୁ ନିଜ ପ୍ରେମିକ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଫେସବୁକରୁ ବନ୍ଧୁତା ପରେ ପ୍ରେମ ହୋଇଥିଲା ବୋଲି ସେ କହିଛନ୍ତି । ଅନିଚ୍ଛା ସତ୍ତ୍ବେ ବିବାହର ପ୍ରତିଶ୍ରୁତି ଦେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ପରେ କମର୍ଦ୍ଦା ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।
ଅର୍ଗସ ବ୍ୟୁରୋ: ଏମିତି ଅନେକ ଥର ହୋଇଥିବା ଆମେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା। ଏହା ଆମେ କହିପାରିବା ଆମ ଭାଗ୍ୟ ଆମ ସାଥୀରେ ରହିଛି। ଏମିତି ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ବ୍ୟକ୍ତିଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣଙ୍କ ସକାଳୁ ସକାଳୁ ଏକ ବ୍ୟାଗ ଧରି ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ହଠାତ କେଉଁଆଡୁ ଏକ ବାଘ ରାସ୍ତା ପାର କରୁଛି। ବାଘଟି ବ୍ୟକ୍ତିଙ୍କର ଏତେ ପାଖରୁ ଯାଉଛି। ଦେଖିଲେ ଛାତି ଥରି ଉଠିବ। କିନ୍ତୁ ବ୍ୟକ୍ତି ଜଣଙ୍କ ସାହସର ସହିତ ପରିସ୍ଥିତିର ସାମ୍ନା କରିଛନ୍ତି। ଆଉ ବାଘ ମୁହଁରୁ ରକ୍ଷା ପାଇଯାଇଛନ୍ତି। ନଚେତ କିଛି ବି ହୋଇପାରିଥାନ୍ତା। ଉକ୍ତ ବ୍ୟକ୍ତି ଜଣଙ୍କ ଜିମ କର୍ବେଟ ଜାତୀୟ ଉଦ୍ୟାନ ନିକଟସ୍ଥ ଜଙ୍ଗଲ ରାସ୍ତା ଦେଇ ଯିବାବେଳେ ଏଭଳି ଅଘଟଣ ଘଟିଥିଲା।
Is he the luckiest man alive. Tiger seems least bothered. From Corbett. pic.twitter.com/ZPOwXvTmTL — Parveen Kaswan, IFS (@ParveenKaswan) December 8, 2023
ବ୍ୟକ୍ତି ଜଣଙ୍କ ବାଘଟିକୁ ଦେଖି ତୁରନ୍ତ ପଛକୁ ପଳାଇ ଆସିଛନ୍ତି। ବାଘଟି ଆକ୍ରମଣାତ୍ମକ ନ ହୋଇ ରାସ୍ତାର ଏକ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯାଉଥିବାର ଏକ ଭିଡିଓରେ ଦେଖାଯାଇଛି। ଆମେ କହିପାରିବା ଯେ, ବ୍ୟକ୍ତି ଜଣକ ସତରେ ଭାଗ୍ୟବାନ। ନିଜ ମୃତ୍ୟୁକୁ ଜୟ କରିଛନ୍ତି। ନ ହେଲେ କିଛି ବି ହୋଇ ପାରିଥାନ୍ତା। ଆମେ ନିଶ୍ଚିତ କହିପାରିବା କି ରଖେ ହରି ତ ମାରେ କିଏ।
ଭାରତୀୟ ବନ ସେବା ଅଧିକାରୀ ପରବିନ କାଶଓ୍ବାନ ଏକ୍ସରେ ଏହି ଛାତିଥରା ଦୃଶ୍ୟର ଭିଡିଓ ଶେୟାର କରିଛନ୍ତି। ଆଉ କ୍ୟାପଶନରେ ଲେଖିଛନ୍ତି ବାଘ ମୁହଁରୁ ବର୍ତ୍ତିଥିବା ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି କହିଲେ ଅତ୍ୟକ୍ତି ହେବନି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ । ଝାରସୁଗଡ଼ା ବନହରପାଲି ଇବ୍-ଥର୍ମାଲ ସ୍ଥିତ ଓପିଜିସି ବିଦ୍ୟୁତ କାରଖାନାର ପାଉଁଶ ପୋଖରୀ ଭୁଶୁଡ଼ିଲା । ଆଜି ସକାଳୁ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ମିଶ୍ରିତ ସ୍ଲରି ନିକଟସ୍ଥ ଗାଁ ମାଡ଼ିବାରେ ଲାଗିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଏକର ଏକର ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବା ବେଳେ ଏବେ ଗାଁମୁହା ହେଲାଣି ପାଉଁଶ ସ୍ଲରି । ଭୟଭୀତ ଗ୍ରାମବାସୀ ଜିନିଷ ପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି ସ୍ଥାନୀୟ ଗ୍ରାମବାସୀ ।