ଗତକାଲି ନବୀନ ନନ୍ଦଙ୍କ ପୁଅ ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପତ୍ନୀ ମଧୁସ୍ମିତାଙ୍କର ବାଲେଶ୍ଵର ନିବାସୀ ଶିବ ଚନ୍ଦନଙ୍କ ସହ ହିନ୍ଦୁ ରୀତିନୀତିରେ ଭୁବନେଶ୍ବର ନୟାପଲ୍ଲୀ ନିକଟ ଲକ୍ଷ୍ମୀ ମନ୍ଦିରରେ ବିବାହ ହୋଇଛି। ଉଭୟ ପରିବାରର ସମ୍ମତି କ୍ରମେ ଏ ବିବାହ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଗତ ୨୦୨୧ରେ ନବୀନ ନନ୍ଦଙ୍କ ବଡ଼ ପୁଅ ସମ୍ବିତ ନନ୍ଦ କରୋନାରେ ପ୍ରାଣ ହରାଇଥିଲେ। ସମ୍ବିତଙ୍କର ଏକ 5 ବର୍ଷର ଝିଅ ମଧ୍ୟ ଅଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ

ଅର୍ଗସ ବ୍ୟୁରୋ: ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ନିଜ ବିଧବା ବୋହୂଙ୍କୁ ପୁର୍ନବିବାହ କରାଇଛନ୍ତି ଗନ୍ଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ନିଜ ଫେସବୁକ ହ୍ୟାଣ୍ଡଲେରେ ଆଜି ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି ନବୀନ । ଏହା ସହ ସେ ଭୁଲ କରିଛନ୍ତି କି ଠିକ କରିଛନ୍ତି ଜାଣିନି ବୋଲି ବି କହିଛନ୍ତି।
Download Argus News App
