ଓଡିଶା ଖବର ଆହୁରି ପଢନ୍ତୁ
କୋରାପୁଟ ଗସ୍ତରେ ପୂର୍ବତନ ସାଂସଦ ବୈଜନ୍ତ ପଣ୍ଡା

ଅର୍ଗସ ବ୍ୟୁରୋ: କୋରାପୁଟ ଗସ୍ତରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଉପ-ସଭାପତି ତଥା ପୂର୍ବତନ ସାଂସଦ ବୈଜନ୍ତ ପଣ୍ଡା। ନିଜର ହେଲିକ୍ୟାପଟର ଯୋଗେ ଜୟପୁର ବିମାନ ବନ୍ଦର ରେ ଅବତରଣ କରିବା ପରେ ଜ଼ିଲ୍ଲା ବିଜେପି କର୍ମୀ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏହା ପରେ ମହାଦେଇପୁଟ ଉପର କୋଲାବ ଶିବ ମନ୍ଦିର ଠାରେ ମଣ୍ଡଳ ସ୍ତରୀୟ ବୈଠକ କରାଯାଇଥିଲା। ତୃଣ ମୂଳ ସ୍ତରରେ ବିଜେପି ଦଳ କୁ ସୃଢୁଦ କରିବା ପାଇଁ , ମଣ୍ଡଳ ସ୍ତରରେ ବିଜେପି ପକ୍ଷରୁ କେମିତି ସକ୍ରିୟ ରହିବେ, ତାହାକୁ ନେଇ ପୁଙ୍ଖାନୁ ପୁଙ୍ଖ ଆଲାଚନା ପ୍ରକ୍ରିୟା ଚାଲିଥିଲା। ସାନ୍ଧ୍ୟ 5 ଟାରେ ଜୟପୁର କାର୍ଯ୍ୟାଳୟ ଓ଼ ଫାମ୍ପୁଣି ଏବଂ ଜୟପୁର ନଗର ମଣ୍ଡଳ ର ପୂର୍ଣାଙ୍ଗ ସମିତି ବୈଠକରେ ଯୋଗ ଦେଲେ।
Download Argus News App
