ଅର୍ଗସ ବ୍ୟୁରୋ : ପରଲୋକରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ । ୮୧ ବର୍ଷ ବୟସରେ ପୂର୍ବତନ ତାଙ୍କ ଦେହାନ୍ତି ହୋଇଛି । ବିଜେଡିର ଏହି ବରିଷ୍ଠ ନେତା ୨୦୧୫ ମସିହା ଡିସେମ୍ବର ୭ତାରିଖରୁ ୨ ଏପ୍ରିଲ୍ ୨୦୨୦ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ରୂପେ ନିର୍ବାଚିତ ହୋଇଥିଲା । ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି । ସ୍ୱର୍ଗତ ନରେନ୍ଦ୍ର ସ୍ୱାଇଁ ଜଣେ ଦକ୍ଷ ସଂଗଠକ ଥିଲେ । ତାଙ୍କର ଲୋକଙ୍କ ପ୍ରତି ସେବା ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ବରିଷ୍ଠ ରାଜନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ଵାଇଁଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ଓ ଦୁଃଖିତ। ଦୀର୍ଘ ଦିନ ଧରି ସେ ସାମାଜିକ ଓ ରାଜନୈତିକ ଜୀବନ ସହ ଜଡ଼ିତ ଥିଲେ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି