ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିର ସଠିକ ତଦନ୍ତ ଦାବି ଏବଂ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣାରେ ବସିଛନ୍ତି । ହୀରାପୁର ପଞ୍ଚାୟତରେ ୪୩ଟି ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ଆଜି ସକାଳେ ବିଡ଼ିଓ ଅଫିସ ଆସିବା ସମୟରେ ଅନଶନରେ ବସିଥିବା ରାଧାନାଥ ବିଶ୍ୱାଳଙ୍କୁ ଏଠୁ ପଳାଅ ବାରlମ୍ବାର କହିବା ପରେ ମଧ୍ୟ ଏଠି କାହିଁକି ବସିଛ କହି ବ୍ୟାନର କାଢି ଫିଙ୍ଗି ଦେଇଥିବା ଅଭିଯୋଗ ଆସିଛି ।
ଆହୁରି ପଢନ୍ତୁ ଓଡିଶା ଖବର...