ଇରମ ପଂଚାୟତର ନୂଆଗାଁ ମୌଜାରେ ରହିଛି 3ଏକରରୁ ଉର୍ଦ୍ଦ ଜମି । ଯାହାକି ଇରମ ପଂଚାୟତ ମାର୍ଫତରେ ରହିଛି । ଯେଉଁ ଜମିକୁ ପୂର୍ବତନ ସରପଞ୍ଚ ଅପବ୍ୟବହାର କରିଥିବା ନେଇ ଅଭିଯୋଗ ଆସିଛି । 2017 ମସିହାରୁ 2022 ମସିହା ପର୍ଯ୍ୟନ୍ତ ସେହି ଜମି କାହାରିକୁ ଚାଷ ପାଇଁ ଦିଆଯାଇ ନାହିଁ କି ଚାଷ ବାବଦକୁ କୌଣସି ଟଙ୍କା ପଞ୍ଚାୟତକୁ ଆସି ନାହିଁ ବୋଲି ପଞ୍ଚାୟତରୁ ଦିଆଯାଇଥିବା RTI ତଥ୍ୟରେ ଉଲ୍ଲେଖ ରହିଛି । ଆଉଏକ ଦସ୍ତାବିଜ କୁ ଦେଖନ୍ତୁ ତହସିଲ ପକ୍ଷରୁ ଦିଆଯାଇଥିବା ତଥ୍ୟ କହୁଛି ସେହି ଜମିରେ ଚାଷ ହେଇ ବାତ୍ୟାରେ କ୍ଷତି ହେଇଥିବାରୁ କ୍ଷତି ବାବଦକୁ ଟଙ୍କା ପୂର୍ବତନ ସରପଞ୍ଚଙ୍କ ବ୍ୟକ୍ତିଗତ ଖାତାକୁ ଯାଇଛି । 2019 ମସିହାରେ ବୁଲବୁଲ ବାତ୍ୟାରେ ଏହି ଚାଷ ଜମିରେ କ୍ଷୟକ୍ଷତି ବାବଦକୁ 6528 ଟଙ୍କା ପୂର୍ବତନ ସରପଞ୍ଚଙ୍କ ଆକାଉଣ୍ଟ କୁ ଯାଇଥିବାବେଳେ 2021 ମସିହାରେ ମଧ୍ୟ ଉକ୍ତ ଜମିରେ ବାତ୍ୟା ଜବାଦରେ ଚାଷ କ୍ଷତି ହେଇଥିବାରୁ କ୍ଷତିପୂରଣ ବାବଦକୁ 4760 ଟଙ୍କା ମଧ୍ୟ ପୂର୍ବତନ ସରପଞ୍ଚ ହାତେଇଛନ୍ତି । ତେବେ ଯଦି RTI ତଥ୍ୟ ଅନୁସାରେ ଜମି କାହାରିକୁ ଚାଷ ପାଇଁ କାହାରିକୁ ଦିଆଯାଇ ନାହିଁ ତାହେଲେ ବାତ୍ୟାରେ ଚାଷ କ୍ଷୟକ୍ଷତି ଟଙ୍କା ଦିଆଗଲା କେମିତି ।
ଯଦି ଚାଷ ହେଇଥିଲା ତାହେଲେ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା ଦିଆ ନଯାଇ ପୂର୍ବତନ ସରପଞ୍ଚଙ୍କ ଆକାଉଣ୍ଟକୁ ଗଲା କେମିତି । ଏନେଇ ଅଭିଯୋଗ ପରେ ଏହାର ତଦନ୍ତ ହେବ ବୋଲି କହିଛନ୍ତି ତହସିଲଦାର ।ତେବେ ଏଭଳି ଚଂଚକତା କରି ଟଙ୍କା ହଡପ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: