ଏକଥା କହିଛନ୍ତି ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ସମେତ ସମର୍ଥକ । ଏଘଟଣା ଘଟିଛି ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ପଂଚାୟତରେ । ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ କିଛି ସମର୍ଥକ ଗତକାଲି ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଭେଟି ତାଙ୍କ ଜରିଆରେ ବିଜେଡିରେ ମିଶିଥିବା କଥା କହିଛନ୍ତି । ଏମିତିକି ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ପାଦ ଛୁଇଁବା ସହ ସହଯୋଗ ଲୋଡ଼ିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଆଉ ଅଭିଯୋଗ ପରେ ବିଡ଼ିଓଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି । କିନ୍ତୁ ଏସବୁ ଘଟଣାକୁ ଖଣ୍ଡନ କରିଛନ୍ତି ବିଡିଓ ।
ବିଡିଓଙ୍କ ନାଁରେ ସାଂଘାତିକ ଅଭିଯୋଗ

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ । ବିଡିଓଙ୍କ ଜରିଆରେ ବିଜେଡିରେ ମିଶିଲେ ବିଜେପି ସମର୍ଥକ । ବିଜେପି ସମର୍ଥିତ ହୋଇ ଜିତିବାର 4 ଦିନ ପରେ ବିଜେଡିରେ ମିଶିଲେ ସମିତି ସଭ୍ୟ ଓ ସରପଞ୍ଚ ଏବଂ କିଛି ବିଜେପି କର୍ମୀ । ଆଉ କହୁ କହୁ କହିଦେଲେ, ବିଡିଓଙ୍କ ଜରିଆରେ ବିଜେଡିରେ ମିଶିଲେ ବୋଲି । ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁଙ୍କ ବିକାଶ କାର୍ଯ୍ୟରେ ପ୍ରଭାବିତ ହେଲୁ ଆଉ ତା ପରେ ବ୍ଲକ କାର୍ଯ୍ୟଳୟକୁ ଆସି ବିଡିଓଙ୍କୁ ଭେଟି ତାଙ୍କ ଜରିଆରେ ବିଜେଡିରେ ମିଶିଲୁ ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
