ଆହୁରି ପଢନ୍ତୁ ଓଡିଶା ଖବର...
ଜାଗା କିଣିବାକୁ ଟଙ୍କା ଉଠାଇଥିଲେ, ଝାମ୍ପିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବ୍ରିଜ ନିକଟରେ ଦମ୍ପତ୍ତିଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଛି । ଗଞ୍ଜୁ ଅଞ୍ଚଳର ପ୍ରଭାକର ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ କୁମାରୀ ପଟ୍ଟନାୟକ ନିଜ ଝିଅ ପାଇଁ ଜାଗା କିଣିବା ନିମନ୍ତେ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ବ୍ୟାଗରେ ଧରି ଘରକୁ ଯାଉଥିବାବେଳେ ଦୁଇ ଜଣ ଦୁବୃର୍ତ୍ତ ବାଇକରେ ଆସି ଟଙ୍କା ବ୍ୟାଗ୍ ଝାମ୍ପିନେଇଥିଲେ । ଟଙ୍କା ଲୁଟ୍ ନେଇ ଅଭିଯୋଗ ପରେ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
Download Argus News App
