ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ NACର ୩ ନମ୍ବର ଓ୍ୱାଡର ଟାଙ୍ଗିଆ ନିଶା ବସ୍ତିରେ। ଉଜ୍ୱଳ କାନାରା ଡ୍ରେନେ ରୁ ଖସିପଡି ଗୁରୁତର ହୋଇଥିଲେ। ବୁର୍ଲା ଡାକ୍ତର ଖାନରେ ଚିକିତ୍ସାଧୀନ ଅବସ୍ଥାରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
ଗତ ଏପ୍ରିଲ ୨୨ରେ ମେଡିକାଲରୁ ଫେରି ସେ ଗୃହ ସଙ୍ଗରୋଧରେ ଥିଲେ। ଗତ କାଲି ରାତ୍ରି ୮ ଟାରେ ମୃତ୍ୟ ହୋଇଯାଇଥିଲା ତେବେ କରୋନା ସଂକ୍ରମଣ ଭୟରେ ପରିବାର ସଦସ୍ୟ ଉଜ୍ୱଳାଙ୍କ ପାଖ ମାଡ଼ିନଥିଲେ ।୯ ଘଣ୍ଟା ମୃତ ଦେହ ପଡିରହିବା ଫଳରେ ଅଙ୍ଗନବାଡି କର୍ମୀ ଆଠମଲ୍ଲିକ NAC ନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେଇଥିଲେ।
ନିର୍ବାହୀ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ଙ୍କ ସହ ଆଲୋଚନା ପରେ ଅନୁଗୁଳ ରୁ ସ୍ୱାସ୍ଥ୍ୟ କର୍ମୀ ଆସି ଆମ୍ବୁଲାନ୍ସ ରେ ମୃତ ଦେହ ନେଇଯାଇଥିଲେ। ତେବେ ଏହି ଅଭାବୀନୀୟ ଘାଟଣାଟି ଆଠମଲ୍ଲିକ ଅଂଚଳରେ ଚର୍ଚା ର ବିଷୟ ପାଲଟିଛି।