ମର୍ଚ୍ଚଏଣ୍ଟ ନେଭିରେ ଯେଉଁ ଯୁବକ ଯୁବତୀ ଚାକିରୀ ପାଇଁ ଆବେଦନ କରିଥିଲେ ସେମାନଙ୍କ ଡାଟାକୁ କଲେକ୍ସେନ କରି ସେ ସେମାନଙ୍କୁ ଯୋଗାଯୋଗ କରି ଦୁବାଇରେ ଚାକିରୀ, ଭିସା, ଫ୍ଲାଇଟ ଟିକେଟ କରେଇଦେବ କହି ଲୋକଙ୍କ ମୋଟା ରକମର ଲୁଟୁଥିଲା ଟଙ୍କା ସହ ନିଜକୁ ଓଡିଶା ପୋଲିସର ପୂର୍ବତନ ପୋଲିସ ଡିଜିର ବଡ଼ ପୁଅ କହି ଟାର୍ଗେଟ କରୁଥିଲା ଯୁବ ପିଢ଼ୀକି।
ମହାନଦୀବିହାର ଅଞ୍ଚଳର ଜଣେ ମହିଳା ଠାରୁ ସେ ୪୦,୦୦୦ ଟଙ୍କା ନେଇ ଠକିଥିବା ବେଳେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ପରେ ଚଉଳିଆଗଞ୍ଜ ଥାନାଅଧିକାରୀ ଶଶୀକାନ୍ତ ରାଉତ, ସ୍ୱାର୍ଡ ଟିମ ଗିରଫ କରିବାରେ ସଫଳ ହେଇଥିଲେ। ଗିରଫ ବେଳେ ତା ନିକଟରୁ ଗୋଟାଏ କାର, ୩୮,୦୦୦ ଟଙ୍କା ମର୍ଚ୍ଚଏଣ୍ଟ ନେଭିର ଟୋପି , ପୋଷାକ , କାର୍ଡ଼ ଗୁରୁତ୍ୱପୂର୍ଣ କାଗଜ ପତ୍ର ସିଜ କରିଛି ପୋଲିସ।