ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା। ମୋଟ ୮୯ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା।ମୋଟ ୧୯ ଜଣଙ୍କୁ ଚସମା ବଣ୍ଟନ କରାଗଲା।ମୋଟ ୨୧ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲ॥ ଏହାସହ ଆଜି ୨୧ ଜଣ ଙ୍କୁ ସମ୍ପୂର୍ଣ୍ଣ ମାଗଣା ଅସ୍ତ୍ରୋପଚାର ପାଇଁ ହସ୍ପିଟାଲକୁ ନିଆଯିବା ସହିତ ମୋଟ ୯ ଜଣ ଙ୍କର ରେଟୈନା ଚେକ ଅପ କରାଯାଇଥିଲ। ।
ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଖଲିକୋଟଠାରେ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ: ଖଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଏବଂ ସାଇଟ ସେଭରସ୍ ଇଣ୍ଟେରନ୍ୟାସନାଲଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ଯୁବରାଜ ବଙ୍ଗଳା ଖଲିକୋଟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରକୁ ଏନ ଏ ସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା , ଡା. ପ୍ରସନ୍ନ ସାହୁ ଓ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଦ୍ବୀପ ପ୍ରଜ୍ବଳନ ସହ କାର୍ଯ୍ୟ କ୍ରମ ଆରମ୍ଭ କରିଥିଲେ।
Download Argus News App
