ସ୍ଥାନୀୟ ଅଂଚଳର ହଜାର ହଜାର ଲୋକମାନେ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଏହାର ଲାଭ ନେଇଛନ୍ତି । ଲୋକମାନେ ନିଜ ଘର ପାଖରେ ସ୍ୱାସ୍ଥ୍ୟ ସେବା ଓ ମାଗଣା ଔଷଧ ପାଇ ବେଶ ଖୁସି ହେବା ସହିତ ବିକାଶ ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି । ଶେଷରେ ରୋଗୀମାନେ ବିକାଶ ଫାଉଣ୍ଡେସନ ଚେୟାରମ୍ୟାନ ମୃଦଳାଠାକୁର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିର ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୨୫ଟି ସ୍ଥାନରେ ଆୟୋଜନ କରାଯାଇ ୫୦,୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ଲାଭ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୁପଣ, ନିଦାନ ପରୀକ୍ଷା ସହ ଔଷଧ ବିତରଣ ମଧ୍ୟ କରାଯାଉଛି । ସମସ୍ତ ସେବା ସଂପୂର୍ଣ୍ଣ ନିଶୁଳ୍କ ଯୋଗାଇ ଦିଆଯାଉଛି । ବିଭିନ୍ନ ବିଭାଗର ୨୫ରୁ ଉର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର, ୫୦ରୁ ଉର୍ଦ୍ଧ୍ୱ ସେବିକା ଓ ସ୍ୱାସ୍ଥ୍ୟକର୍ମୀ ତଥା ୭୦୦ ସ୍ୱେଚ୍ଛାସେବା ଏହି ଶିବିରକୁ ସଫଳ କରିବା ପାଇଁ ଅଂଶଗ୍ରହଣ କରିଛନ୍ତି । ଆଗାମୀ ଦିନ ମାନଙ୍କରେ ଏହି ଅଞ୍ଚଳର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ପାଇଁ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ନିଜର ଅଭିଯାନ ଜାରି ରଖିବ ।
ଆହୁରି ପଢନ୍ତୁ ଓଡିଶା ଖବର...