ଅଧିକ ପଢନ୍ତୁ : ଅଞ୍ଚଳ ବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲେ ଅଭିଜ୍ଞ ଡାକ୍ତର
ଉକ୍ତ ଶିବିର କୁ ବଣଧୂଳିର ଫୁଲର ଅଧକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ଆଚାର୍ଯ୍ୟ ଓ ପ୍ରତିଷ୍ଠାତା ବାସନ୍ତୀମଣି ସିଂ ପରିଚାଳନା କରିଥିଲେ।
ବାଲେଶ୍ବର : ବିଦେଶୀ ଡାକ୍ତର ଙ୍କ ଦ୍ଵାରା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ନୀଳଗିରି ବାଲିଗୋହିରି ସ୍ଥିତ ରତ୍ନାକର ଟାଉନ ଉଚ୍ଚ ବିଦ୍ୟାଳୟରେ ନୀଳଗିରି ପିପୁଲ୍ସ ଆକ୍ସନ ଗ୍ରୁପ ଦ୍ୱାରା ସୁଦୂର ସ୍ବିଡେନର ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଉର୍ବନ ରେଢ଼ଲମ, ପ୍ରଫେସର ବ୍ରିଗେର ବ୍ଲାଣ୍ଡାର, ପ୍ରଫେସର ଉଲ୍ଲା ମୁ, ପ୍ରବାସୀ ଓଡ଼ିଆ ପ୍ରଫେସର ରବିନାରାୟଣ ଦାଶ ଓ ଫକୀରମୋହନ ମେଡିକାଲ କଲେଜର ପ୍ରାକ୍ତନ ଡିନ ପ୍ରଫେସର ପ୍ରତାପ ରଥ, ପ୍ରଫେସର ଡ଼ ସିଦ୍ଧାର୍ଥ ପତି, ଡ଼ ହିତାର୍ଥ ପଟ୍ଟନାୟକଙ୍କ ଦ୍ୱାରା ମାଗଣା ଚିକିତ୍ସା କରାଯାଇଥିଲା !
ଅଧିକ ପଢନ୍ତୁ : ଅଞ୍ଚଳ ବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲେ ଅଭିଜ୍ଞ ଡାକ୍ତର
ଉକ୍ତ ଶିବିର କୁ ବଣଧୂଳିର ଫୁଲର ଅଧକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ଆଚାର୍ଯ୍ୟ ଓ ପ୍ରତିଷ୍ଠାତା ବାସନ୍ତୀମଣି ସିଂ ପରିଚାଳନା କରିଥିଲେ।
ବାଲେଶ୍ୱର: ଭୟାନକ ଦୁର୍ଘଟଣା, ବିପଦପୂର୍ଣ୍ଣ ସ୍ଥିତି । ବାହାନଗା ଟ୍ରେନ୍ ଟ୍ରାଜେଡିରେ ଅନେକ ଜୀବନ ଯାଇଛି । ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରି ପରିସ୍ଥିତିରେ ଦେବଦୂତ ସାଜିଛନ୍ତି କିଛି ବ୍ୟକ୍ତି ଓ ଅନୁଷ୍ଠାନ । କେଉଁଠି ଆହତଙ୍କ ପାଇଁ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି, ତ ଆଉ କେଉଁଠି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏମାନେ ପ୍ରମାଣିତ କରିଛନ୍ତି, ଆଜି ବି ବଞ୍ଚିଛି ମାନବିକତା ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଭୁଇଁପୁର ପଞ୍ଚାୟତରେ ସରପଞ୍ଚ ରେଶ୍ମାରାଣୀ ମଲ୍ଲିକଙ୍କ ଉଦ୍ୟମରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ଯୁବକ, ଯୁବତୀ ଆସି ରକ୍ତଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବରର ରେଡକ୍ରସ ଭବନରେ ବି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଵେଚ୍ଛାକୃତ ଭାବେ ରାଜଧାନୀ ବାସିନ୍ଦା ଏବଂ ବିଭିନ୍ନ ସଂଗଠନର ସଦସ୍ୟ ଆସି ରକ୍ତଦାନ କରିଛନ୍ତି । ଏହି ଶିବିରରେ 100 ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି ।
ଟ୍ରେନ୍ ଦୁର୍ଘଟଣାରେ ଗୁରୁତରଙ୍କର ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସୋର ମେଡିକାଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିନା କୌଣସି ପ୍ରଚାର ପ୍ରସାରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବକ ଯୁବତୀମାନେ ଆସି ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୋଇ ରକ୍ତଦାନ କରିଥିଲେ। ଦୁର୍ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା । ରାତି ତମାମ ଉଦ୍ଧାରକାରୀ ଟିମ୍ ସହ RSS କର୍ମୀ ରେସକ୍ୟୁ ଅପରେସନ ତ୍ବରାନ୍ବିତ କରିବାରେ ସହାୟକ ହୋଇଥିଲେ ।
ସେହିପରି କଟକ ଏସ୍ସିବି ମେଡିକାଲରେ ଆହତଙ୍କ ଚିକିତ୍ସା ସହ ଚାଲିଛି ଲୋକଙ୍କ ସେବା । ଦଳମତ ନିର୍ବିଶେଷରେ ଉର୍ଦ୍ଧ୍ବରେ ରହି ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଜିଲ୍ଲା ପ୍ରଶାସନ ଓ ସ୍ବେଚ୍ଛାସେବୀ ଲୋକଙ୍କ ସେବା କରୁଛନ୍ତି । ଟ୍ରେନ ଦୁର୍ଘଟଣାରେ ଆହତ ଯାତ୍ରୀ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହେଉଥିବା ବେଳେ, ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଲୋକଙ୍କୁ ଥଣ୍ଡା ପାଣି, ଗ୍ଲୁକୋଜ, ବିସ୍କୁଟ, ବିରିୟାନୀ, ଜୁସ୍ ଆଦି ବାଣ୍ଟିଛନ୍ତି । ଏହାସହ ସହାୟତା କେନ୍ଦ୍ର ଖୋଲି ଆହତଙ୍କ ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କ ସେବା କରାଯାଉଛି ।
ସେପଟେ ଗୁରୁତରଙ୍କ ପାଇଁ ରକ୍ତ ସଂଗ୍ରହ କରିବାକୁ ଏକାଠି ହେଲେ କଳାକାରମାନେ । ରେଡ୍ କ୍ରସ ଭବନରେ ଆୟୋଜିତ ଶିବିରରେ ସାଧାରଣ ଲୋକଙ୍କ ସହ ଅନେକ କଳାକାର ଯାଇ ରକ୍ତଦାନ କରିଛନ୍ତି । ଏହି ଶିବିରରେ ୨୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ କୋଲକାତାକୁ ନିୟମିତ ଟ୍ରେନ୍ ସେବା ବ୍ୟାହତ ହୋଇଥିବାବେଳେ ଆରମ୍ଭ ହୋଇଛି ମାଗଣା ବସ୍ ସେବା । ପୁରୀ, ଭୁବନେଶ୍ବର ଓ କଟକରୁ 48 ଘଣ୍ଟା ପାଇଁ ସ୍ବତନ୍ତ୍ର ବସ୍ ସେବା ଯୋଗାଇ ଦେବାକୁ ପ୍ରେସ୍ ରିଲିଜ ଜରିଆରେ ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ କୁହାଯାଇଛି ।
ସେପଟେ ବିପଦ ସମୟରେ ଫାଇଦା ନେଇ ଅନେକ ବସରେ ଭଡା ମନ ଇଚ୍ଛା ନିଆଯାଉଥିବା ଅଭିଯୋଗକୁ ଘରୋଇ ବସ୍ ମାଲିକ ସଂଘ ଖଣ୍ଡନ କରିଛି । ଗତକାଲି କୋଲକାତା ଯାଉଥିବା ଏକାଧିକ ବସରେ ଯାତ୍ରୀଙ୍କଠାରୁ ମନଇଚ୍ଛା ଭଡ଼ା ଆଦାୟ ଅଭିଯୋଗ ହୋଇଥିଲା । ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଆଦାୟ କରାଯାଇଥିବା ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବସ୍ ମାଲିକ ସଂଘ ଯୁଗ୍ମ ସମ୍ପାଦକ ।
ମାଗଣା ବସ୍ ସେବାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ଯେଉଁ ଯାତ୍ରୀମାନେ କୋଲକାତା ଯିବା ପାଇଁ ପୂର୍ବରୁ ଟିକେଟ୍ କିଣି ସାରିଛନ୍ତି, ସେମାନେ ଏହାକୁ ବସ୍ଷ୍ଟାଣ୍ଡରେ ଫେରାଇ ଟିକେଟ ମୂଲ୍ୟ ପାଇପାରିବେ । ଯାତ୍ରୀମାନେ ହେଲ୍ପଲାଇନ୍ ଜରିଆରେ ବସ୍ ଯାତ୍ରା ସଂପର୍କିତ ତଥ୍ୟ ହାସଲ କରିପାରିବେ । ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା - ୮୮୯୫୭୫୪୨୬୨- ଭୁବନେଶ୍ବର ବସ୍ ସଂଘ, ୯୮୬୧୦୯୫୭୬୨-ପୁରୀ ବସ୍ ସଂଘ, ୭୦୦୮୩୨୧୩୯୯- କଟକ ବସ୍ ସଂଘ । ପୁରୀରେ ଜିଆରପି, ଆରଟିଓ ଓ ପୋଲିସ ବିଭାଗ ପକ୍ଷରୁ କୋଲକାତା ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପୁରୀ ଏସପି କହିଛନ୍ତି ।
ବାହାନଗା ରେଳଷ୍ଟେସନ ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଶାଲିମାର-ଚେନ୍ନାଇ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍ ଏବଂ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଭାବନୀୟ ପରିସ୍ଥିତି ଲାଗି ରହିଛି । ବାଲେଶ୍ବର ମାର୍ଗରେ ସାଧାରଣ ଟ୍ରେନ ସେବା ଆରମ୍ଭ ନହେବା ଯାଏ ମାଗଣା ବସ୍ ସେବା ଅବଧି ବୃଦ୍ଧି କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ସ୍ୱାମୀକୁ ହରାଇ ମୁଣ୍ଡ ପିଟି ପିଟି କାନ୍ଧୁଛି ସ୍ତ୍ରୀ l ଖୁଜି ଖୁଜି ପାଉନି ତା ସ୍ୱାମୀକୁ, ମୁଣ୍ଡ ପିଟି ପିଟି କାନ୍ଧୁଛି ସେ, ସ୍ୱାମୀ ତାର ଜୀବିତ କି ମୃତ ତାଙ୍କୁ ଏବେ ସୁଦ୍ଧା ଜଣା ଯାଇନାହିଁ l ପରିବାର ଲୋକ ବି ସବୁ ଜାଣି ପୁରା ଚୁପ, ପିଇସା ର ମୃତ୍ୟୁ ହୋଇଥିବା ଜାଣି ମଧ୍ୟ ପିଉସୀ କୁ କହିପାରୁନି ପୁତୁରା l ତଥାବି ବୋଲମାନୁନି ଏ ଆଖି ସ୍ୱାମୀକୁ ଖୁଜୁଛି, କଉଠି ମିଳିବ ତା ସ୍ୱାମୀ l ଏ ଚିତ୍ର ସୋର ଡାକ୍ତରଖାନା ପରିସର ର ଚିତ୍ର, ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି ସହ ସହ ଯାତ୍ରୀ l
ଏହାରି ଭିତରେ ସାମ୍ନା କୁ ଆସିଛି ଏପରି କହିଛି ହୃଦୟ ବିଦାରକ ଦୃଶ୍ୟ, ସ୍ୱାମୀ କୁ ହରାଇ କାନ୍ଦୁଛି ସ୍ତ୍ରୀ, ବାହୁନି ବାହୁନି କାନ୍ଦି ଲୁହ ଢାଳି ଦେଉଛି ସ୍ତ୍ରୀ l ତମେ କୋଉଠି ଅଛ। ମୁଁ ତୁମକୁ ଖୋଜି ପାଉନି।
ଇଏ ହେଉଛନ୍ତି ବିହାର ମଧୁବନି ଅଞ୍ଚଳ ର l ସ୍ୱାମୀ କାମ କରିବାକୁ ଚେନ୍ନାଇ ଯାଉଥିବା ବେଳେ କଲିକତା ରୁ ଟ୍ରେନ ବଦଳାଇ କରମଣ୍ଡଳ ଏକ୍ସପ୍ରେସ ରେ ଯାଉଥିଲେ l
ହେଲେ ବିଧିର ବିଧାନ ଯେ ଏମିତି ଆସିବ କିଏ ଜାଣିଥିଲା l ଦୁର୍ଘଟଣା ର ଖବର ପାଇ ସ୍ତ୍ରୀ ସ୍ୱାମୀକୁ ଦେଖା କରିବାକୁ ଆସିଥିଲା କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ଦେଖା ହେବା ଆଗର ଆରପାରିକୁ ଚାଲିଯାଇଛି ସ୍ୱାମୀ l ପରିବାର ସମ୍ପର୍କୀୟ ଜାଣିଛନ୍ତି ତାଙ୍କ ସମ୍ପର୍କୀୟ ଆଉନାହିଁ ଧର୍ଯ୍ୟ ଧରି ବୁଝାଇ ଚାଲିଛନ୍ତି ତଥାପି ସ୍ୱାମୀକୁ ଦେଖିବା ପାଇଁ ବ୍ୟାକୁଳ ଏହି ସ୍ତ୍ରୀ l ଭଗବାନ ଏହି ସ୍ତ୍ରୀ କୁ ଅସୀମ ଧର୍ଯ୍ୟ ଦିଅନ୍ତୁ l
ଅଧିକ ପଢ଼ନ୍ତୁ ଓଡିଶା ଖବର: