Naba Das Death Case : ଧର୍ମେନ୍ଦ୍ର ଠିକ୍ କହିଛନ୍ତି : ସୁର
ଡାକିଦେଲେ ଆସୁଛି ଭାଲୁ: ସେଲ୍ଫି ନେବାକୁ ଲୋକଙ୍କ ଭିଡ, ଦେଖନ୍ତୁ ଭିଡ଼ିଓ
ମୟୁରଭଞ୍ଜ: ସାଧାରଣତଃ ଭାଲୁ ଦେଖିଲେ ଆତଙ୍କିତ ହୋଇପଡନ୍ତି ଲୋକେ । ଭାଲୁ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଆମେ ଦେଖାଉଥିବା ଭିଡିଓରେ କିଛି ଓଲଟା ଦେଖିବାକୁ ମିଳିଛି । ଏଠାରେ ଭାଲୁ ଲୋକଙ୍କୁ କ୍ଷତି ପହଞ୍ଚାଇବା ବଦଳରେ ଦୋସ୍ତିର ହାତ ବଢାଉଛି । ଡାକିଦେଲେ ପାଖକୁ ଚାଲି ଆସୁଛି ଭାଲୁ । ଏପରିକି ହାତରୁ ପ୍ରସାଦ ସ୍ୱରୂପ ନଡ଼ିଆ ମଧ୍ୟ ଖାଉଥିବା ଦୃଶ୍ୟ ଦେଖାଯାଇଛି ।
ତେବେ ଏ ଭିଡିଓ ହେଉଛି ନୂଆପଡା ଅଞ୍ଚଳର । କିପରି ମନ୍ଦିର ବେଢାରେ ଭାଲୁ ସହ ସେଲ୍ଫି ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଏଠାରେ ଭାଲୁକୁ ଦେଖି ଲୋକେ ଭୟ କରିବା ବଦଳରେ ତା ସହ ସାଙ୍ଗ ହେଉଛନ୍ତି । ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛୁ, ଯାହାକି ଅତି ମନୋରଞ୍ଜନ ଦାୟକ ହୋଇଛି ।
Download Argus News App
