ଏହି ସମାବେଶରେ ବିଜେପିର ବରିଷ୍ଠ ନେତାଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନର ହଜାର ହଜାର ଚାଷୀ ବି ସାମିଲ ହୋଇଛନ୍ତି । ଶଗଡ, ଟ୍ରାକଟର ଚଲାଇ ଚାଷୀବେଶର ଜଣାଇଥିଲେ ପ୍ରତିବାଦ। ବିଜେପି ରାଜ୍ୟ ସରକାରଙ୍କୁ ମାଗିଛି ପ୍ରତିଶ୍ରୁତି ଓ ପ୍ରତାରଣାର ହିସାବ।
ବିଧାନସଭା ଭିତରେ ବି ବିଜେପି ଚାଷୀ ପ୍ରସଙ୍ଗ ଉଠାଇ ଟାର୍ଗେଟ୍ କରିଛି ରାଜ୍ୟ ସରକାରଙ୍କୁ। ସମବାୟ ଋଣ, ଫସଲ ବୀମା, ଇନପୁଟ ସହାୟତା ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ଅଭିଯୋଗ କରି ଗୃହରେ ବର୍ଷିଛି ଦଳ । ପ୍ରଶ୍ନକାଳ ଆରମ୍ଭରୁ ପୋଡ଼ିଆମ ନିକଟରେ ଫ୍ଲା କାର୍ଡ ଧରି ପ୍ରତିବାଦ କରିଥିଲା ବିଜେପି। ଗୃହ ସ୍ୱାଭାବିକ ନ ହେବାରୁ ସାଢେ ୧୧ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଶୂନ୍ୟ କାଳ ଆରମ୍ଭରୁ ବିଜେପି ସଦସ୍ୟ ସମାନ ପ୍ରସଙ୍ଗ ଉଠାଇ ନାରାବାଜି କରିବା ସହ କକ୍ଷତ୍ୟାଗ କରିଥିଲା। ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ପ୍ରତିବାଦ କରିଥିଲା ବିଜେପି । ବିଜେପି ଅଭିଯୋଗ କରିଛି ଚାଷୀ ମରୁଛି ରାଜରାସ୍ତାରେ। ନବୀନ ଯାଇଛନ୍ତି ପଦ୍ମପୁର ପ୍ରଚାରରେ ।
ସେପଟେ ବରଗଡ଼ ଅତାବିରାରେ ଚାଷୀ ଆନ୍ଦୋଳନ। ଗୋଡଭଗା ଧାନ ମଣ୍ଡି ସମ୍ମୁଖରେ ରାଜ ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀ ଆନ୍ଦୋଳନ । ମଣ୍ଡି ଅବ୍ୟବସ୍ଥା ସହ ନିର୍ଦ୍ଧାରିତ ସମୟରେ ଟୋକନ ଆସିବା କୁ ନେଇ ଆନ୍ଦୋଳନ କୁ ଓହ୍ଲାଇଥିଲେ ବରଗଡ଼ ଜିଲ୍ଲାର ଚାଷୀ ।
ଏମିତି କି ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲୀ ଦାସଙ୍କ ଗାଡିକୁ ଘେରିଥିଲେ ଚାଷୀ । ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଥିଲେ। ଚାଷୀଙ୍କ ହଲ୍ଲାବୋଲ। ବିଧାନସଭା ଅଚଳ। ସେପଟେ ପଦମପୁରରେ ଚାଷୀଙ୍କ ବିକାଶର କଥା କହୁଛି ଶାସକ ଦଳ।