ଫସଲ ବୀମା, ଇନପୁଟ ସବସିଡି, ମଣ୍ଡି ଅବ୍ୟବସ୍ଥା ବିରୋଧୀ ଉଠାଇ ଥିବା ବେଳେ ବିଜେଡି ଉଠାଇଲା ଏମଏସପି ପ୍ରସଙ୍ଗ । ଦିନ 11.30 ଯାଏଁ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଭୁବନେଶ୍ୱର: ଚାଲିଛି ଶୀତକାଳିନ ଅଧିବେଶନ। ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଆରମ୍ଭରୁ ଗୃହ ମଧ୍ୟରେ ବିରୋଧୀଙ୍କ ହଟ୍ଟଗୋଳ । ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ ।
ଫସଲ ବୀମା, ଇନପୁଟ ସବସିଡି, ମଣ୍ଡି ଅବ୍ୟବସ୍ଥା ବିରୋଧୀ ଉଠାଇ ଥିବା ବେଳେ ବିଜେଡି ଉଠାଇଲା ଏମଏସପି ପ୍ରସଙ୍ଗ । ଦିନ 11.30 ଯାଏଁ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଅର୍ଗସ ବ୍ୟୁରୋ: ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଥିବାବେଳେ ଆସନ୍ତା ୨୯ ତାରିଖରୁ ବର୍ଷା ପରିମାଣ ବଢ଼ିବ। ଚଳିତ ମୌସୁମୀ ଋତୁରେ ରାଜ୍ୟର ଦୁଇଟି ଜିଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୨୯ ତାରିଖ ଯାଏଁ ଏପରି ପାଣିପାଗ ସ୍ଥିତି ଲାଗି ରହିବ। ପରବର୍ତ୍ତୀ କାଳରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ।
ଆସନ୍ତା ୨୪ ଘଣ୍ଟା ପାଇଁ କେଉଁଝର, ମୟୁରଭଞ୍ଜ, ବାଲେଶ୍ବର,ଭଦ୍ରକ, ଯାଜପୁର, ମାଲକାନାଗିରି, କୋରାପୁଟ,ନୂଆପଡ଼ା,କଳାହାଣ୍ଡି,କଂଧମାଳ, ଗଜପତି,ରାୟଗଡ଼ା, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା,ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି। ଯାହାକୁ ନେଇ ହଳଦିଆ ଚେତାବନୀ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ। ଚଳିତ ମୌସୁମୀ ଋତୁ ୧ ଜୁନରୁ ୨୬ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୧୦୯୪ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଏହା ସ୍ବାଭାବିକ ବର୍ଷା ଠାରୁ ମାତ୍ର ୩ ପ୍ରତିଶତ କମ୍। ଅନ୍ୟପକ୍ଷରେ ତିନିଟି ଜିଲା ଝାରସୁଗୁଡ଼ା, ଢେଙ୍କାନାଳ ଏବଂ ବୌଦ୍ଧ ରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ଦୁଇଟି ଜିଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁର ରେ ନିଅଣ୍ଟିଆ ସ୍ଥିତି ରହିଛି। ବାକି ୨୫ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ଇତିମଧ୍ୟରେ ଗତକାଲି ଠୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ୧୭ ସେପ୍ଟେମ୍ବରରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର...
ଅର୍ଗସ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଅଭିଯୋଗ । କହିଲେ ପୁଅ ଜନ୍ମ ହୋଇଛି ଦେଲେ ଝିଅ । ଆଜି ସକାଳୁ ପ୍ରାଣକୃଷ୍ଣ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ସମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ହସ୍ପିଟାଲର ନର୍ସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ କିଛି ସମୟରେ ପରେ କନ୍ୟା ସନ୍ତାନ ଆଣି ଦେଇଥିଲେ । ପ୍ରାଣ କୃଷ୍ଣ ନିଜ ପୁତ୍ର ସନ୍ତାନ କୁଆଡେ ଗଲା ପଚାରି ଥିଲେ । କିନ୍ତୁ ଭୁଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିବା କୁହାଯାଇଥିଲା ବୋଲି କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ପ୍ରାଣକୃଷ୍ଣ ।
ଅସ୍ତ୍ରୋପଚାର ସମୟର ଥିବା ସମସ୍ତ ଡ଼ାକ୍ତର, ଅନ୍ୟ ଷ୍ଟାଫକୁ ତଦନ୍ତ ପରିସରଭୁକ୍ତ କରିବା ସହ ସିସିଟିଭିକୁ ଯାଞ୍ଚ କରାଯାଉ ଓ ଡିଏନଏ ଟେଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି । ତେବେ ଅଭିଯୋଗ ପରେ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ
।