ଅଧିକ ପଢନ୍ତୁ : ଭାରତୀୟ ଏବଂ ଆମେରିକୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ରଣନୈତିକ ଭାଗିଦାରୀ ହେବ ମଜଭୂତ୍
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ତାଳଚେର ଠାରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ । ପରେ ଅନୁଗୋଳ ଠାରେ ସଂଯୁକ୍ତ ମୋର୍ଚ୍ଚା ବୈଠକରେ ସାମିଲ ହେବେ । ଜୁନ ୨୫ ତାରିଖରେ ଖମାର ଠାରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ । ନାଲକୋନଗର ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବା ସହ ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଜୁନ ୨୬ ତାରିଖରେ ଛେଣ୍ଡିପଦା ଠାରେ ଅନୁଷ୍ଠିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ପରେ ଢେଙ୍କାନାଳ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତରେ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ସାମିଲ ହେବା ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦଳର ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ । ଜୁନ ୨୭ ତାରିଖରେ ଗଁନ୍ଦିଆ ମିନି ଷ୍ଟାଡିୟମରେ ଶ୍ରୀ ପ୍ରଧାନ ଗରିବ କଲ୍ୟାଣ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।